ଡାଲି ପାଇଁ ବାପ-ପୁଅ କଳି, ତା’ପରେ ନେଲେ ଚରମ ନିଷ୍ପତ୍ତି

ଭବାନୀପାଟଣା (ରାଜକୁମାର ସିଂହଦେବ): ଆଜି ମଧ୍ୟାହ୍ନରେ ସାମାନ୍ୟ ଡାଲି ପାଇଁ ବାପ-ପୁଅଙ୍କ ଭିତରେ କଳି ହୋଇଥିଲା। ଆଉ ଏହା ପରେ ବାପା ନେଇ ଥିଲେ ଚରମ ଚିଷ୍ପତ୍ତି। ବାପା ଉପରେ ରାଗି ପୁଅ ବିଷ ପିଇ ଦେଇଥିଲେ। ଏହା ଦେଖି ପୁଅ ହାତରେ ବିଷ ବୋତଲକୁ ଛଡ଼ାଇ ଆଣି ପିଇ ଦେଇଥିଲେ ବାପା। ମେଡିକାଲ୍‌ ଯିବା ରାସ୍ତାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଆଜି ଏମିତି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳରେ ଘଟିଛି। […]

death

Manoranjan Sial
  • Published: Friday, 03 July 2020
  • , Updated: 03 July 2020, 06:05 PM IST

ଭବାନୀପାଟଣା (ରାଜକୁମାର ସିଂହଦେବ): ଆଜି ମଧ୍ୟାହ୍ନରେ ସାମାନ୍ୟ ଡାଲି ପାଇଁ ବାପ-ପୁଅଙ୍କ ଭିତରେ କଳି ହୋଇଥିଲା। ଆଉ ଏହା ପରେ ବାପା ନେଇ ଥିଲେ ଚରମ ଚିଷ୍ପତ୍ତି। ବାପା ଉପରେ ରାଗି ପୁଅ ବିଷ ପିଇ ଦେଇଥିଲେ। ଏହା ଦେଖି ପୁଅ ହାତରେ ବିଷ ବୋତଲକୁ ଛଡ଼ାଇ ଆଣି ପିଇ ଦେଇଥିଲେ ବାପା। ମେଡିକାଲ୍‌ ଯିବା ରାସ୍ତାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଆଜି ଏମିତି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳରେ ଘଟିଛି।

ମଦନପୁର ରାମପୁର ଥାନା ଦୁଟା ଗାଁରେ ଦୀନବନ୍ଧୁ ଦାସ ଆଜି ମଧ୍ୟାହ୍ନରେ ଖାଉଥିଲେ। ଏହି ସମୟରେ ଡାଲି ପାଇଁ ଦୀନବନ୍ଧୁ ଓ ତାଙ୍କ ପୁଅ ହନୁମାନଙ୍କ ମଧ୍ୟରେ ଅଝଟ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ହନୁମାନ ବିଷ ପିଇ ଦେଇଥିଲେ। ପୁଅ ହାତ ଅଧା ବିଷ ବୋତଲକୁ ଛଡ଼ାଇ ଆଣି ବାପା ଦୀନବନ୍ଧୁ ମଧ୍ୟ ବିଷ ପିଇ ଦେଇଥିଲେ। ସାହି ପଡ଼ିଶା ଓ ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲକୁ ନେଉଥିଲେ। ହେଲେ ଅଧା ବାଟରେ ଉଭୟଙ୍କର ପ୍ରାଣ ବାୟୁ ଉଡ଼ି ଯାଇଥିଲା। ଭବାନୀପାଟଣା ମେଡିକାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଟାଉନ୍‌ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Related story