ଜନ୍ମ ଦେଇଥିଲେ, ଏବେ ଜୀବନ ନେଇଗଲେ

Ordigital Desk
  • Published: Thursday, 29 March 2018
  • , Updated: 29 March 2018, 01:30 PM IST
<p>ଯାଜପୁର(ଓଡ଼ିଶା ରିପୋର୍ଟର): ଜନ୍ମ ଦେଇଥିଲେ। ଏବେ ଜୀବନ ନେଇ ଗଲେ। ପୁତ୍ରହନ୍ତା ସାଜିଲା ପିତା। ଯାଜପୁର ସଦର ଥାନା ପଦନା ଗାଁରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା। ଘରୋଇ କଳହକୁ ନେଇ ପୁଅକୁ ବାପା ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବିଦ୍ୟାଧର ବେହେରାଙ୍କ ପୁଅ ଉପେନ୍ଦ୍ର ବେହେରା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଘଟଣାରେ ଅଭିଯୁକ୍ତ ବିଦ୍ୟାଧର ବେହେରାଙ୍କୁ ଅଟକ ରଖିଛି ପୋଲିସ।</p>

Related story