୫୫ ବର୍ଷ ପୁଅଙ୍କୁ ହତ୍ୟା କଲା ୮୫ ବର୍ଷର ବାପ!

ଅନୁଗୋଳ (ବିରଜା ଦାସ): ୫୫ ବର୍ଷର ପୁଅକୁ ୮୫ ବର୍ଷର ବାପା ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଅନୁଗୋଳ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଖମାର ଥାନା ଅନ୍ତର୍ଗତ ମୁଣ୍ଡୁରୀବେଡା ଗାଁର ପାଦୁକ ସାହୁ(୮୫)ଙ୍କ ପୁଅ ଈଶ୍ୱର ସାହୁ(୫୫) ବିଲକୁ କାମ କରିବାକୁ ଯାଇଥିଲେ। ଆଜି ଅପରାହ୍ନ ପ୍ରାୟ […]

murder

Manoranjan Sial
  • Published: Friday, 22 July 2022
  • , Updated: 22 July 2022, 09:12 PM IST

ଅନୁଗୋଳ (ବିରଜା ଦାସ): ୫୫ ବର୍ଷର ପୁଅକୁ ୮୫ ବର୍ଷର ବାପା ଅତି ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଅନୁଗୋଳ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ଖମାର ଥାନା ଅନ୍ତର୍ଗତ ମୁଣ୍ଡୁରୀବେଡା ଗାଁର ପାଦୁକ ସାହୁ(୮୫)ଙ୍କ ପୁଅ ଈଶ୍ୱର ସାହୁ(୫୫) ବିଲକୁ କାମ କରିବାକୁ ଯାଇଥିଲେ। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ସେ ବେଲରୁ ଘରକୁ ଫେରିଥିଲେ। ସେହି ସମୟରେ ବାର୍ଦ୍ଧକ୍ୟଭତ୍ତା ଟଙ୍କା ଆଣିବା ପାଇଁ ସାଥୀରେ ଯିବାକୁ କହିଥିଲେ ପାଦୁକ। ହେଲେ ମନା କରିଥିଲେ ଈଶ୍ୱର। ଏହାକୁ ନେଇ ବାପ ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା।

ପାଟିତୁଣ୍ଡ ପରେ ଈଶ୍ୱର ଶୋଇବାକୁ ଯାଇଥିଲେ। ଏହି ସମୟରେ ଈଶ୍ୱରଙ୍କୁ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ପାଦୁକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଖବର ପାଇଁ ଗାଁରେ ପୁଲିସ୍‌ ପହଞ୍ଚିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story