୪ ଦିନ ହେବ ମହାନଦୀ ମଝିରେ ଫସିଛନ୍ତି ବାପପୁଅ, ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ

ଆଠଗଡ଼(ନୀଳକଣ୍ଠ ଦୋରା) :  ମହାନଦୀ ଏବେ ଉଛୁଳିଥିବା ବେଳେ ନଦୀ ମଝିରେ ବନ୍ୟା ପାଣିରେ ଫସି ରହିଛନ୍ତି ବାପପୁଅ । ଆଠଗଡ଼ କନ୍ଦରପୁରର ଅମଙ୍ଗେଇ କୁଦରେ ପ୍ରାୟ ୪ ଦିନ ହେବ ଉଭୟ ବାପପୁଅ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଓଡ୍ରାଫ ଟିମ୍‌ ଉଭୟ ବାପପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ  ଅମଙ୍ଗେଇ କୁଦ ଅଭିମୁଖେ ଯାଇଛି। କନ୍ଦରପୁରର ବାପପୁଅ ପ୍ରାୟ ୪ ଦିନ […]

athagada

athagada

Niharika Rout
  • Published: Wednesday, 17 August 2022
  • Updated: 17 August 2022, 10:44 AM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା) :  ମହାନଦୀ ଏବେ ଉଛୁଳିଥିବା ବେଳେ ନଦୀ ମଝିରେ ବନ୍ୟା ପାଣିରେ ଫସି ରହିଛନ୍ତି ବାପପୁଅ । ଆଠଗଡ଼ କନ୍ଦରପୁରର ଅମଙ୍ଗେଇ କୁଦରେ ପ୍ରାୟ ୪ ଦିନ ହେବ ଉଭୟ ବାପପୁଅ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଓଡ୍ରାଫ ଟିମ୍‌ ଉଭୟ ବାପପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ  ଅମଙ୍ଗେଇ କୁଦ ଅଭିମୁଖେ ଯାଇଛି।

କନ୍ଦରପୁରର ବାପପୁଅ ପ୍ରାୟ ୪ ଦିନ ତଳୁ ଛେଳି ଚରାଇବାକୁ ଅମଙ୍ଗେଇ କୁଦକୁ ଯାଇଥିଲେ । ହଠାତ୍ ବନ୍ୟାପାଣି ଆସିଯିବାରୁ ଉଭୟ କୁଦରେ ଫସି ରହିଛନ୍ତି । ସେମାନଙ୍କ ନିକଟରେ ଖାଦ୍ୟ ପଦାର୍ଥ ନ ଥିବା ବେଳେ ମୋବାଇଲ ବି ସୁଇଚ ଅଫ୍‌ ହୋଇଯାଇଛି। ଫଳରେ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନି। ଅପରପକ୍ଷେ, ବାପପୁଅ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ଆଶାଆଶଙ୍କାରେ ଦିନ କାଟୁଛନ୍ତି।

ଏନେଇ ଗ୍ରାମବାସୀ ପ୍ରଥମେ ଆଠଗଡ଼ ଉପଜିଲ୍ଲାପାଳ ଓ କଟକ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି। ଏହାପରେ ଗତକାଲି ରାତିରେ ଏକ ଓଡ୍ରାଫ୍ ଟିମ୍  କନ୍ଦରପୁରରେ ପହଞ୍ଚିଥିବା ବେଳେ ଆଜି ଉଭୟଙ୍କୁ ଉଦ୍ଧାର ପାଇଁ ଅପରେସନ ଆରମ୍ଭ ହେବ ବୋଲି ଜଣାଯାଇଛି। ଘଟଣାସ୍ଥଳରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ପହଞ୍ଚିଛନ୍ତି। ଉଭୟଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଯଥାସାଧ୍ୟ ଚେଷ୍ଟା କରାଯାଉଥିବା ସେ କହିଛନ୍ତି।

ଗତକାଲି ରାତିରେ ହୀରାକୁଦର ୪୦ଟି ଗେଟ୍‌ ଖୋଲା ଥିବା ବେଳେ ଏହି ପାଣି ଶୁକ୍ରବାର ସନ୍ଧ୍ୟା ବେଳେ ମୁଣ୍ଡଳିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ତେବେ ଆଜି ୧୨ ଲକ୍ଷ  କ୍ୟୁସେକରୁ ତଳକୁ ଖସିଛି ମୁଣ୍ଡଳି ଜଳ ପ୍ରବାହ । ବର୍ତ୍ତମାନ ୧୧ ଲକ୍ଷ ୭୭ ହଜାର ୨୪ କ୍ୟୁସେକ ଜଳ ପ୍ରବାହିତ ହେଉଛି ।  ଜଳସ୍ତର କମୁଥିଲେ ବି ମୁଣ୍ଡଳିରେ ବିପଦ ସଙ୍କେତ ଉପରେ ରହିଛି ମହାନଦୀ । ବିପଦ ସଂକେତ ୯୭.୨୫ ଫୁଟ୍ ଥିବା ବେଳେ ଜଳସ୍ତର ୯୭.୫୦ ଫୁଟ୍ ରହିଛି।  ମହାନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଉଭୟ ବାପପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଏବେ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos