ବିଦ୍ୟୁତ୍‌ ତାର ନେଲା ବାପ-ପୁଅଙ୍କ ଜୀବନ

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାପ-ପୁଅଙ୍କ ମୃତ୍ୟୁ ଘଟିଛି।  ମୃତକଦ୍ୱୟ ହେଲେ ସହଦେବ ସାହୁ(୫୫) ଓ ତାଙ୍କ ବଡ଼ ପୁଅ ଦେବାନନ୍ଦ ସାହୁ (୩୧)। ଏହି ଦୁର୍ଘଟଣାରେ ସହଦେବଙ୍କ ସାନ ପୁଅ ଗୁରୁତର ହୋଇ ପଡ଼ିଛନ୍ତି। ଗତକାଲି ରାତିରେ ସହଦେବ ବଡ଼ ପୁଅ ଦେବାନନ୍ଦ ଓ ସାନ ପୁଅ ଅରୁପାନନ୍ଦଙ୍କ ସହ ସ୍ଥାନୀୟ ବାଉରୀଯୋର ନିକଟସ୍ଥ ଜଙ୍ଗଲକୁ […]

body

Jyoshna Pradhan
  • Published: Friday, 18 October 2019
  • , Updated: 18 October 2019, 12:38 PM IST

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାପ-ପୁଅଙ୍କ ମୃତ୍ୟୁ ଘଟିଛି।  ମୃତକଦ୍ୱୟ ହେଲେ ସହଦେବ ସାହୁ(୫୫) ଓ ତାଙ୍କ ବଡ଼ ପୁଅ ଦେବାନନ୍ଦ ସାହୁ (୩୧)। ଏହି ଦୁର୍ଘଟଣାରେ ସହଦେବଙ୍କ ସାନ ପୁଅ ଗୁରୁତର ହୋଇ ପଡ଼ିଛନ୍ତି।

ଗତକାଲି ରାତିରେ ସହଦେବ ବଡ଼ ପୁଅ ଦେବାନନ୍ଦ ଓ ସାନ ପୁଅ ଅରୁପାନନ୍ଦଙ୍କ ସହ ସ୍ଥାନୀୟ ବାଉରୀଯୋର ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ସେମାନେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସହଦେବ ଏବଂ ଦେବାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ଅରୁପାନନ୍ଦ ଗୁରୁତର ହୋଇଥିଲେ। ତେବେ ସେ କୌଣସି ମତଆ ଘରକୁ ଆସି ଘଟଣା ସଂପର୍କରେ କହିଥିଲେ। ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଯାଇଛି।

ଖବର ପାଇ ସୁବଳୟା ପୁଲିସ୍ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

Related story