ପୁଅକୁ ଘରେ ବାନ୍ଧି ରଖିଥିଲେ ବାପା

କାମାକ୍ଷାନଗର(ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ ମକୁଆକଟେଣି ପଞ୍ଚାୟତ ପଥରକଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ରମେଶ ଦେହୁରୀ ତାଙ୍କ ପୁଅ ଲମ୍ୱୋଦରଙ୍କୁ ଘରେ ବାନ୍ଧି ରଖିଥିବା ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଖବର ପାଇବା ପରେ ୧୦୮ ଆମ୍ୱୁଲାନ୍ସ କର୍ମଚାରୀଙ୍କ ସାହାଯ୍ୟରେ ଲମ୍ୱୋଦରଙ୍କୁ ଘରୁ ଉଦ୍ଧାର କରିଥିଲେ। ଏହାପରେ ଲମ୍ୱୋଦରଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଛି। ରେମଶ […]

dkl

Rakesh Mallick
  • Published: Monday, 21 May 2018
  • , Updated: 21 May 2018, 10:37 AM IST

କାମାକ୍ଷାନଗର(ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ ମକୁଆକଟେଣି ପଞ୍ଚାୟତ ପଥରକଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ରମେଶ ଦେହୁରୀ ତାଙ୍କ ପୁଅ ଲମ୍ୱୋଦରଙ୍କୁ ଘରେ ବାନ୍ଧି ରଖିଥିବା ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଖବର ପାଇବା ପରେ ୧୦୮ ଆମ୍ୱୁଲାନ୍ସ କର୍ମଚାରୀଙ୍କ ସାହାଯ୍ୟରେ ଲମ୍ୱୋଦରଙ୍କୁ ଘରୁ ଉଦ୍ଧାର କରିଥିଲେ। ଏହାପରେ ଲମ୍ୱୋଦରଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଛି।

ରେମଶ ଦେହୁରୀ କହିଛନ୍ତି,“ ପ୍ରାୟ ଏକମାସରୁ ଅଧିକ ଦିନ ହେବ ଲମ୍ୱୋଧର ଘରେ ସମସ୍ତଙ୍କୁ ମାରପିଟ କରିବା ସହ ପାଗଳ ପରି ବ୍ୟବହାର କରୁଥିଲା। ସେଥିପାଇଁ ତାକୁ ଘରେ ବାନ୍ଧି କି ରଖାଯାଇଥିଲା। ହେଲେ ଗାଁଲୋକେ  ଲମ୍ୱୋଧରକୁ ଘରେ ବନ୍ଧା ହୋଇ ରଖାଯାଇଥିବା ନେଇ ପୋଲିସକୁ ଖବର ଦେଇଥିଲେ।”

ଲମ୍ୱୋଧରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରାମରଞ୍ଜନ ମହାନ୍ତି କହିଛନ୍ତି।

Related story