ଫୁଲ୍ ବୋବାଲ୍ ହେବ ଫେଡେରସନ୍ କପ୍: ବାରବାଟୀକୁ ଝୁମାଇବ ଥିମ୍ ସଂଗ

କଟକ (ଦେବାଶିଷ ମହାନ୍ତି): କଟକରେ ଆରମ୍ଭ ହେବ ଫୁଟବଲ ମହାକୁମ୍ଭ। ଆସନ୍ତା ୭ ତାରିଖରୁ ବାରବାଟୀରେ ଖେଳାଯିବ ଅଲ୍ ଇଣ୍ଡିଆ ଫେଡେରେସନ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏନେଇ ଫ।ଓ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ। ମ୍ୟାଚକୁ ଆକର୍ଷଣୀୟ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛି ଫୁଟବଲ ଆସୋସିଏସନ ଅଫ୍ ଓଡିଶା। ଏଥିପାଇଁ ଏକ ଥିମ ସଂଗ୍ ମଧ୍ୟ ପ୍ରସ୍ତୁତ କରାଯାଇଛି। ମେଲୋଡି ମେକର ଅଭିଜିତ ମଜୁମଦାରଙ୍କ ଟ୍ୟୁନ ଓ ଡଃ ନିର୍ମଳ ନାୟକଙ୍କ ସଂଗୀତରେ […]

football

Rakesh Mallick
  • Published: Thursday, 04 May 2017
  • , Updated: 05 May 2017, 03:25 PM IST

କଟକ (ଦେବାଶିଷ ମହାନ୍ତି): କଟକରେ ଆରମ୍ଭ ହେବ ଫୁଟବଲ ମହାକୁମ୍ଭ। ଆସନ୍ତା ୭ ତାରିଖରୁ ବାରବାଟୀରେ ଖେଳାଯିବ ଅଲ୍ ଇଣ୍ଡିଆ ଫେଡେରେସନ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏନେଇ ଫ।ଓ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ। ମ୍ୟାଚକୁ ଆକର୍ଷଣୀୟ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛି ଫୁଟବଲ ଆସୋସିଏସନ ଅଫ୍ ଓଡିଶା। ଏଥିପାଇଁ ଏକ ଥିମ ସଂଗ୍ ମଧ୍ୟ ପ୍ରସ୍ତୁତ କରାଯାଇଛି। ମେଲୋଡି ମେକର ଅଭିଜିତ ମଜୁମଦାରଙ୍କ ଟ୍ୟୁନ ଓ ଡଃ ନିର୍ମଳ ନାୟକଙ୍କ ସଂଗୀତରେ ଝୁମିବ ପୁରା ବାରବାଟୀ। ଖେଳାଳି ଓ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଛି ଏହି ଥିମ ସଂଗ୍। ଜମାଣିଆ ମ୍ୟୁଜିକ ସାଙ୍ଗକୁ ରଂଗବତୀର ଛୁଙ୍କ ମଧ୍ୟ ରହିଛି ଏହି ଗୀତରେ। ଟୁର୍ଣ୍ଣାମେଣ୍ଟର ଓପନିଂ ସେରିମନି ସହ ମ୍ୟାଚ୍ ସମୟରେ ବାଜିବ ଏହି ଗୀତ। ଯାହାକି ଦର୍ଶକଙ୍କୁ ଆହୁରି ମନୋରଞ୍ଜନ ଯୋଗାଇବ ବୋଲି କୁହାଯାଉଛି।

  ଅନ୍ୟପଟେ ମ୍ୟାଚ୍ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ। ପ୍ରତିଦିନ ୨ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ୮ଟି ଦଳକୁ ୨ ଟି ଗ୍ରୁପରେ ଭାଗ କରାଯାଇଛି। ଗ୍ରୁପ -ଏ ରେ ଏଜୱାଲ ଏଫସି, ଚେନ୍ନାଇ ସିଟି, ଇଷ୍ଟ ବେଙ୍ଗଲ , ଗୋଆର ଚର୍ଚିଲ ବ୍ରଦର୍ସ ରହିଥିବା ବେଳେ ଗ୍ରୁପ- ବିରେ ମୋହନ ବାଗାନ, ଡିଏସ୍କେ ଶିବାଜିଆନସ, ବାଙ୍ଗ।ଲୁରୁ ଏଫସି, ସିଲଂ ଲାଜଙ୍ଗ ଦଳ ରହିଛି। ଏଥିରେ ଭାରତୀୟ ଫୁଟବଲ ତାରକା ସୁନୀଲ ଛେତ୍ର , ରବୀନ ସିଂ , ଜେଜେ ଭଳି ଖେଳାଳି ରହିଥିବାବେଳେ ଅନେକ ବିଦେଶୀ ଷ୍ଟାର ଖେଳାଳିଙ୍କ ମଧ୍ୟ ରହିଛନ୍ତି। ଆଜିଠାରୁ ବିଭିନ୍ନ ଦଳର ଖେଳାଳିମାନେ ମଧ୍ୟ ପହଁଞ୍ଚିଛନ୍ତି। ମ୍ୟାଚପାଇଁ ଆସନ୍ତାକାଲି ଠାରୁ ଟିକଟ କାଉଣ୍ଟରରେ ଟିକଟ ବିକ୍ରି ଆରମ୍ଭ ହେବ।

[vc_video link="https://www.youtube.com/watch?v=5_YfF2Fhu5k" align="center"]

Related story