ପ୍ରେମିକାଙ୍କୁ ଧୋକା ଦେଇ ଖସି ଯାଉଥିବା ପୁଲିସ ବାବୁଙ୍କ ପ୍ଲାନ୍‌ ଫେଲ ମାରିଲା

ପାରାଦୀପ(ରମାକାନ୍ତ ନାୟକ): ପ୍ରଥମେ ପ୍ରେମ ପରେ ପ୍ରତାରଣା। ଏମିତି କରି ଖସି ଯାଉଥିବା ଜଣେ ପୁଲିସ କର୍ମଚାରୀଙ୍କୁ ବାହାଘର କରାଇଛି ପୁଲିସ। ପ୍ରେମିକାକୁ ଧୋକା ଦେଇ ଅନ୍ୟତ୍ର ବାହା ହେବାକୁ ହେଉଥିବା ଉଦ୍ୟମ ପଣ୍ଡ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଳରାମପୁର ଗ୍ରାମର ସ୍ୱର୍ଣ୍ଣଲତା ମାଝିଙ୍କୁ କେନ୍ଦ୍ରାପଡା ପୋଲିସ ସିଗନାଲ  ବିଭାଗରେ ଆସିଷ୍ଟାଂଟ ସବ୍‌ ଇନ୍ସପେକଟର ଭାବେ କାମ କରୁଥିବା ମାର୍ଶାଘାଇ ବଟିରା ଗ୍ରାମର ରଞ୍ଜନ କୁମାର ବେହେରା ପ୍ରେମ କରୁଥିଲେ। ମାତ୍ର ତାଙ୍କୁ  ଧୋକା ଦେଇ […]

7bn

7bn

Tapas Behera
  • Published: Monday, 01 March 2021
  • Updated: 01 March 2021, 03:26 PM IST

Sports

Latest News

ପାରାଦୀପ(ରମାକାନ୍ତ ନାୟକ): ପ୍ରଥମେ ପ୍ରେମ ପରେ ପ୍ରତାରଣା। ଏମିତି କରି ଖସି ଯାଉଥିବା ଜଣେ ପୁଲିସ କର୍ମଚାରୀଙ୍କୁ ବାହାଘର କରାଇଛି ପୁଲିସ। ପ୍ରେମିକାକୁ ଧୋକା ଦେଇ ଅନ୍ୟତ୍ର ବାହା ହେବାକୁ ହେଉଥିବା ଉଦ୍ୟମ ପଣ୍ଡ ହୋଇଛି।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଳରାମପୁର ଗ୍ରାମର ସ୍ୱର୍ଣ୍ଣଲତା ମାଝିଙ୍କୁ କେନ୍ଦ୍ରାପଡା ପୋଲିସ ସିଗନାଲ  ବିଭାଗରେ ଆସିଷ୍ଟାଂଟ ସବ୍‌ ଇନ୍ସପେକଟର ଭାବେ କାମ କରୁଥିବା ମାର୍ଶାଘାଇ ବଟିରା ଗ୍ରାମର ରଞ୍ଜନ କୁମାର ବେହେରା ପ୍ରେମ କରୁଥିଲେ। ମାତ୍ର ତାଙ୍କୁ  ଧୋକା ଦେଇ ଅନ୍ୟତ୍ର ବିବାହ କରିବାକୁ ଉଦ୍ୟମ କରିବା ଜାଣି ସ୍ୱର୍ଣ୍ଣଲତା ଗତକାଲି କୁଜଙ୍ଗ ଥାନାରେ ରଞ୍ଜନଙ୍କ ବିରୋଧରେ ଏତଲା ଦେଇଥିଲେ।

ଏତଲା ଭିତ୍ତିରେ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଉଭୟଙ୍କୁ କାଉନସେଲିଂ କରିଥିଲେ। ତିର୍ତୋଲ ଏସଡିପିଓ ଏବଂ କୁଜଙ୍ଗ ଥାନା ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ବିଲକୁଲ ରାଜି ହେଉନଥିବା ପ୍ରେମିକ ଶେଷରେ ରାଜି ହୋଇଥିଲେ। ଆଜି ଉଭୟଙ୍କ ସମ୍ପର୍କୀୟ, ଆଡଭୋକେଟ, ସ୍ଥାନୀୟ ଭଦ୍ରଲୋକ ଏବଂ ପୁଲିସ ଉପସ୍ଥିତିରେ କୁଜଙ୍ଗ ଜଗନ୍ନାଥ ମନ୍ଦିରରେ ବିବାହ ହୋଇଥିଲା। ନୋଟାରୀ ଏଗ୍ରିମେଂଟ କରିବା ସହ ମନ୍ଦିର କାର୍ଯ୍ୟାଳୟରେ ବିବାହ ପଞ୍ଜିକରଣ କରିଥିଲେ। ପରସ୍ପରକୁ ବରଣମାଳା ଦେଇ ଗୁରୁଜନଙ୍କ ଠାରୁ ଆଶିର୍ବାଦ ନେଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos