ଛାତି ଥରାଉଛି ଏସ୍‌ସିବି ଫ୍ୟାନ୍‌, ଜଣେ ଟ୍ରମା ଆଇସିୟୁରେ

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁଠୁ ବଡ଼ ମେଡିକାଲରେ ଅବ୍ୟବସ୍ଥାର ବଡ଼ ନଜିର । ଜୀବନ ଫେରି ପାଇବା ଆଶାରେ ଏସ୍‌ସିବି ଆସୁଥିବା ରୋଗୀଙ୍କ ଜୀବନ ଆହୁରି ଦୁର୍ବିସହ ହୋଇପଡ଼ିଛି।  ମାନବୀୟ ଅବହେଳା ଓ ଦାୟିତ୍ୱହୀନତାର ଏକାଧିକ ଉଦାହରଣ ଥିବା କଟକ ବଡ଼ ମେଡିକାଲରେ ଆଜି ପୁଣି ଅଘଟଣ।  ଗୁରୁତର ରୋଗୀଙ୍କ ଛାତି ଉପରେ ଖସି ପଡ଼ିଲା ଘୂରନ୍ତା ଫ୍ୟାନ୍ । ସମୟ ସକାଳ ପ୍ରାୟ ୮ଟା ୩୦।  ସର୍ଜରୀ ଓ୍ୱାର୍ଡରେ ଚିକିତ୍ସାଧୀନ ଥିଲେ ଯାଜପୁର ଜିଲ୍ଲା ବରୀ […]

pp-90

Tapas Behera
  • Published: Monday, 08 March 2021
  • , Updated: 08 March 2021, 08:17 PM IST

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁଠୁ ବଡ଼ ମେଡିକାଲରେ ଅବ୍ୟବସ୍ଥାର ବଡ଼ ନଜିର । ଜୀବନ ଫେରି ପାଇବା ଆଶାରେ ଏସ୍‌ସିବି ଆସୁଥିବା ରୋଗୀଙ୍କ ଜୀବନ ଆହୁରି ଦୁର୍ବିସହ ହୋଇପଡ଼ିଛି।  ମାନବୀୟ ଅବହେଳା ଓ ଦାୟିତ୍ୱହୀନତାର ଏକାଧିକ ଉଦାହରଣ ଥିବା କଟକ ବଡ଼ ମେଡିକାଲରେ ଆଜି ପୁଣି ଅଘଟଣ।  ଗୁରୁତର ରୋଗୀଙ୍କ ଛାତି ଉପରେ ଖସି ପଡ଼ିଲା ଘୂରନ୍ତା ଫ୍ୟାନ୍ । ସମୟ ସକାଳ ପ୍ରାୟ ୮ଟା ୩୦।  ସର୍ଜରୀ ଓ୍ୱାର୍ଡରେ ଚିକିତ୍ସାଧୀନ ଥିଲେ ଯାଜପୁର ଜିଲ୍ଲା ବରୀ କୃଷ୍ଣନଗର ଅଞ୍ଚଳର ୭୫ ବର୍ଷିୟା ପାର୍ବତୀ ଦାସ । ଦୁର୍ଘଟଣାବଶତଃ ନିଆଁରେ ପୋଡ଼ି ହୋଇ ପାର୍ବତୀଙ୍କ ଶରରୀର ପ୍ରାୟ ୭୦ ଭାଗ ଜଳି ଯାଇଥିବାରୁ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ ସେ।  ପରିବାର ଲୋକଙ୍କ କହିବା କଥା ଗତକାଲିଠୁ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା । ହେଲେ ଆଜିର ଅଘଟଣ ପାଇଁ ପୁଣି ଗୁରୁତର ହୋଇଛନ୍ତି ପାର୍ବତୀ । ତାଙ୍କୁ ଏବେ ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଛି।

ବଡ଼ ମେଡିକାଲରେ ଆଜିର ଏ ଅଘଟଣ ପାଇଁ ସିଧାସଳଖ ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। କାରଣ ଖସି ପଡ଼ିଥିବା ଫ୍ୟାନ୍‌ଟି ପୂର୍ବରୁ ଦୁର୍ବଳ ଥିବା ଏବଂ ଶବ୍ଦ କରୁଥିବା ନେଇ ୪ ଦିନ ଆଗରୁ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ରୋଗୀଙ୍କ ସମ୍ପର୍କୀୟ । ହେଲେ ସେମାନଙ୍କ ଅଭିଯୋଗକୁ ଅଣଦେଖା କରି ଆସୁଥିଲେ ଦାୟିତ୍ୱରେ ଥିବା କର୍ମଚାରୀ। ଏପଟେ କଟକ ବଡ଼ ମେଡିକାଲ ପାଇଁ ଏଭଳି ଘଟଣା ଆଦୌ ନୂଆ ନୁହେଁ ୟା ପୂର୍ବରୁ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଓ ମେଡିସିନ୍ ବିଭାଗରେ ମଧ୍ୟ ଫ୍ୟାନ୍ ଖସି ରୋଗୀ ଆହତ ହୋଇଥିବାର ଏକାଧିକ ଉଦାହରଣ ରହିଛି।

ଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟର ଅନେକ ରୋଗୀ କଟକ ବଡ଼ ଡାକ୍ତରଖାନା ଉପରେ ନିର୍ଭରଶୀଳ । ଏସ୍‌ସିବି ମେଡିକାଲକୁ ୫ ହଜାର ବେଡ୍ ବିଶିଷ୍ଟ ଏମ୍ସ ପ୍ଲସ୍ ହସ୍ପିଟାଲରେ ପରିଣତ କରିବାକୁ ସରକାର ୩ ହଜାର ୫ଶହ କୋଟି ଟଙ୍କା ବିନିଯୋଗ କରୁଥିବା କହୁଛନ୍ତି । ହେଲେ ତା ପୂର୍ବରୁ ମେଡିକାଲରେ ଏଭଳି ସାଧାରଣ ବ୍ୟବସ୍ଥା ପ୍ରତି ଦୃଷ୍ଟି ନଦେବା ବଡ଼ ପ୍ରଶ୍ନବାଚୀ ଠିଆ କରିଛି।

Related story