ଘନ କୁହୁଡ଼ି, ଚିଲିକାରେ ଫସିଗଲା ଡଙ୍ଗା

Ordigital Desk
  • Published: Friday, 12 January 2018
  • , Updated: 12 January 2018, 12:00 PM IST
<p>ବ୍ରହ୍ମଗିରି: ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ପ୍ରବଳ କୁହୁଡ଼ି ଯୋଗୁଁ ଚିଲିକା ମଝିରେ ପ୍ରାୟ ଅଧ ଘଣ୍ଟା ଧରି ଏକ ଯାତ୍ରୀବାହୀ ଡଙ୍ଗା ଫସି ରହିଥିଲା। ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦା ଯାଉଥିଲା। କୁହୁଡ଼ିର ମାତ୍ରା ଏତେ ଅଧିକ ଥିଲା ଯେ ଡଙ୍ଗାଟି ପଥଚ୍ୟୁତ ହୋଇଥିଲା। ଏହାର&nbsp; ତଳଭାଗ ମାଟିରେ ଲାଗି ଯାଇଥିଲା। ଫଳରେ ମଇଁଶା ନିକଟ କୁଦରେ ଡଙ୍ଗାଟି ଅଟକି ରହିଥିଲା। ପରେ ଅନ୍ୟ ଡଙ୍ଗା ଚାଳକମାନେ&nbsp; ଆସିବା ପରେ ଡଙ୍ଗାଟିକୁ ସଠିକ୍&zwnj; ଦିଗ ଦିଆଯାଇଥିଲା ଓ ଏହା ପୁଣି&nbsp; ଜହ୍ନିକୁଦା ଅଭିମୁଖେ&nbsp; ଯାଇଥିଲା।</p>

Related story