ପଂଚଦଶ ଅର୍ଥ କମିଶନ ସୁପାରିସ୍ : ରାଜ୍ୟର ପଂଚାୟତ ଓ ପୌର ସଂସ୍ଥାକୁ ୧୩୨୯୮କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଓ ଦେଶର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଟିକସରୁ ୪୨ ପ୍ରତିଶତ ପରିବର୍ତ୍ତେ ୪୧% ରାଜ୍ୟଗୁଡ଼ିକୁ ଦେବା ପାଇଁ ପଂଚଦଶ ଅର୍ଥ କମିଶନ ସୁପାରିସ୍ କରିଥିଲେ ମଧ୍ୟ ଓଡ଼ିଶା ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୨୦୨୧-୨୨ରେ ଅଧିକ ୪୬୭୭କୋଟି ଟଙ୍କା ପାଇବ ବୋଲି ଜଣାପଡ଼ିଛି। ସେହିପରି ୨୦୨୧-୨୬ ମସିହା ମଧ୍ୟରେ ରାଜ୍ୟର ପଂଚାୟତ ଓ ପୌର ସଂସ୍ଥାଗୁଡ଼ିକୁ ପଂଚଦଶ ଅର୍ଥ କମିଶନଙ୍କ ସୁପାରିସରେ ୧୩,୨୯୮କୋଟି ଟଙ୍କାର ଅନୁଦାନ ମଧ୍ୟ ମିଳିବ। […]

money

money

Tapas Behera
  • Published: Tuesday, 02 February 2021
  • Updated: 02 February 2021, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଓ ଦେଶର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଟିକସରୁ ୪୨ ପ୍ରତିଶତ ପରିବର୍ତ୍ତେ ୪୧% ରାଜ୍ୟଗୁଡ଼ିକୁ ଦେବା ପାଇଁ ପଂଚଦଶ ଅର୍ଥ କମିଶନ ସୁପାରିସ୍ କରିଥିଲେ ମଧ୍ୟ ଓଡ଼ିଶା ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୨୦୨୧-୨୨ରେ ଅଧିକ ୪୬୭୭କୋଟି ଟଙ୍କା ପାଇବ ବୋଲି ଜଣାପଡ଼ିଛି। ସେହିପରି ୨୦୨୧-୨୬ ମସିହା ମଧ୍ୟରେ ରାଜ୍ୟର ପଂଚାୟତ ଓ ପୌର ସଂସ୍ଥାଗୁଡ଼ିକୁ ପଂଚଦଶ ଅର୍ଥ କମିଶନଙ୍କ ସୁପାରିସରେ ୧୩,୨୯୮କୋଟି ଟଙ୍କାର ଅନୁଦାନ ମଧ୍ୟ ମିଳିବ।
ପଂଚଦଶ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସରୁ ୪୧ପ୍ରତିଶତ ଅର୍ଥ ରାଜ୍ୟଗୁଡ଼ିକୁ ଆବଣ୍ଟନ ହେବାକୁ ଥିବାବେଳେ ଓଡ଼ିଶାକୁ ୪.୬୩% ପରିବର୍ତ୍ତେ ୪.୫୩% ହିସାବରେ  ଟିକସ ଅର୍ଥ ମିଳିବ। ତେବେ କେନ୍ଦ୍ରୀୟ ଟିକସରେ ଓଡ଼ିଶାର ଭାଗ ହ୍ରାସ ପାଇଥିଲେ ମଧ୍ୟ ମୋଟ୍ ଉପରେ ଟିକସ ଅର୍ଥ ଅଧିକ ରହିଛି। ଯଦିଓ ଚଳିତବର୍ଷ ହାରରେ ଟିକସରେ ଭାଗିଦାରୀ ମିଳିଥିଲେ ଓଡ଼ିଶା ଅଧିକ ଲାଭବାନ ହୋଇଥାନ୍ତା। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଓଡ଼ିଶାକୁ ୨୦୨୦-୨୧ରେ କେନ୍ଦ୍ରୀୟ ଟିକସର ଡିଭିଜିବଲ୍ ପୁଲରୁ ୪.୬୩% ଆଧାରରେ ମୋଟ ୨୫,୪୫୯କୋଟି ୬୩ ଲକ୍ଷ ଟଙ୍କା ମିଳିବାକୁ ଥିବାବେଳେ ୨୦୨୧-୨୨ରେ ୪.୫୩% ହାରରେ ୩୦,୧୩୬କୋଟି ୬୮ଲକ୍ଷ ଟଙ୍କା ଟିକସ ଅର୍ଥ ମିଳିବ। ଯାହାକି ୨୦୨୦-୨୧ ବର୍ଷ ତୁଳନାରେ ଅଧିକ ୪୬୭୭କୋଟି ଟଙ୍କା।

ସେହିପରି ପଂଚଦଶ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ରାଜ୍ୟର ପଂଚାୟତ ଓ ପୌର ସଂସ୍ଥାକୁ ମୋଟ ୧୩୨୯୮କୋଟି ଟଙ୍କାର ଅନୁଦାନ ମିଳିବ। ୨୦୨୧-୨୬ ମସିହା ମଧ୍ୟରେ ପଂଚଦଶ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ପଂଚାୟତ ସଂସ୍ଥାଗୁଡ଼ିକୁ ମୋଟ ୮୮୮୦କୋଟି ଓ ପୌର ସଂସ୍ଥାକୁ ୪୪୯୮କୋଟି ଟଙ୍କା ଅନୁଦାନ ମିଳିବ।

ପଂଚଦଶ ଅର୍ଥ କମିଶନଙ୍କ ସୁପାରିସରେ ରାଜ୍ୟର ପଂଚାୟତ ଓ ପୌର ସଂସ୍ଥାକୁ ୨୦୨୧-୨୨ରେ ଯଥାକ୍ରମେ ୧୬୬୯କୋଟି ଓ ୮୨୨କୋଟି ଟଙ୍କା, ୨୦୨୨-୨୩ରେ ୧୭୨୮ କୋଟି ଓ ୮୫୧କୋଟି ଟଙ୍କା, ୨୦୨୩-୨୪ରେ ୧୭୪୭ କୋଟି ଓ ୯୦୦କୋଟି ଟଙ୍କା, ୨୦୨୪-୨୫ରେ ୧୮୫୧ କୋଟି ଓ ୯୫୩କୋଟି ଟଙ୍କା, ୨୦୨୫-୨୬ରେ ୧୮୦୫ କୋଟି ଓ ୯୭୨କୋଟି ଟଙ୍କାର ଅନୁଦାନ ମିଳିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story