୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ଡାକ୍ତରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ୫୦ ଶଯ୍ୟା ବିଶିଷ୍ଟ ସମନ୍ନିତ ଆୟୁଷ ଡାକ୍ତରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ଏଥି ସହିତ ଖୁବଶୀଘ୍ର ରାଜ୍ୟର ୫ଟି ସହରରେ ଯୋଗ ଓ ଆରୋଗ୍ୟ କେନ୍ଦ୍ରର ଶୁଭାରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ରାଜ୍ୟରେ ଆୟୁଷ ମିଶନର ଶୁଭାରମ୍ଭ କରିବା ଅବସରରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସ୍ୱଳ୍ପ ମୂଲ୍ୟରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା,ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିର […]

Atanu-Sabyasachi

Rakesh Mallick
  • Published: Tuesday, 18 August 2015
  • , Updated: 18 August 2015, 04:58 AM IST

ଭୁବନେଶ୍ୱର: ରାଜ୍ୟରେ ୫୦ ଶଯ୍ୟା ବିଶିଷ୍ଟ ସମନ୍ନିତ ଆୟୁଷ ଡାକ୍ତରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ଏଥି ସହିତ ଖୁବଶୀଘ୍ର ରାଜ୍ୟର ୫ଟି ସହରରେ ଯୋଗ ଓ ଆରୋଗ୍ୟ କେନ୍ଦ୍ରର ଶୁଭାରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ରାଜ୍ୟରେ ଆୟୁଷ ମିଶନର ଶୁଭାରମ୍ଭ କରିବା ଅବସରରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସ୍ୱଳ୍ପ ମୂଲ୍ୟରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା,ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିର ବିକାଶ, ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ଗୁଣବତ୍ତା ନିୟନ୍ତ୍ରଣ ଏବଂ ଔଷଧୀୟ ବୃକ୍ଷର ଯତ୍ନ ପ୍ରଭୃତି କାର୍ଯ୍ୟ କରିବ ଆୟୁଷ ମିଶନ୍। ଏହା ସହିତ ଗଞ୍ଜାମ ଓ ଖୋର୍ଦ୍ଧାର ଦୁଇଟି ଗ୍ରାମକୁ ପୌଷ୍ୟ ଗ୍ରାମ ଭାବେ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆୟୁଷ ମିଶନ୍ ପ୍ରଣୟନ ସମ୍ୱନ୍ଧୀୟ ପୁସ୍ତକ ଉନ୍ମୋଚିତ ହୋଇଥିଲ।

Related story