ନିର୍ବାଚନ ପାଇଁ ରାଜ୍ୟରେ ୫୫ହଜାର ବ୍ୟକ୍ତି ଅଟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା ନିମନ୍ତେ ଆଜି ସୁଦ୍ଧା ରାଜ୍ୟରେ ମୋଟ ୫୪ହଜାର ୯୨୧ଜଣ ବ୍ୟକ୍ତିଙ୍କୁ ଆଇପିସିର ୧୦୭ ଓ ୧୧୬ ଧାରାରେ ଅଟକ ରଖାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩,୩୪୩ଟି ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ ହୋଇଛି। ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଓ ପୁଲିସ୍ ଦ୍ୱାରା ଏଯାଏ ମୋଟ ୨କୋଟି ୯୭ଲକ୍ଷ ୨୫୦ଟଙ୍କା ନଗଦ ଆକାରରେ ଜବତ ହୋଇଛି। ସେହିପରି ୩.୫୨କୋଟି ଟଙ୍କା […]

890

Tapas Behera
  • Published: Sunday, 14 April 2019
  • , Updated: 14 April 2019, 08:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା ନିମନ୍ତେ ଆଜି ସୁଦ୍ଧା ରାଜ୍ୟରେ ମୋଟ ୫୪ହଜାର ୯୨୧ଜଣ ବ୍ୟକ୍ତିଙ୍କୁ ଆଇପିସିର ୧୦୭ ଓ ୧୧୬ ଧାରାରେ ଅଟକ ରଖାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩,୩୪୩ଟି ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ ହୋଇଛି।

ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଓ ପୁଲିସ୍ ଦ୍ୱାରା ଏଯାଏ ମୋଟ ୨କୋଟି ୯୭ଲକ୍ଷ ୨୫୦ଟଙ୍କା ନଗଦ ଆକାରରେ ଜବତ ହୋଇଛି। ସେହିପରି ୩.୫୨କୋଟି ଟଙ୍କା ମୂଲ୍ୟର ମଦ ଜବତ କରାଯାଇଛି। ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷକୁ ଟେଲିଫୋନ୍ ମାଧ୍ୟମରେ ମୋଟ ୮୩୫ଟି ଅଭିଯୋଗ ଆସିଛି। ସେହିପରି ସି-ଭିଜିଲ୍ ଆପ୍ ମାଧ୍ୟମରେ ଆଜି ସୁଦ୍ଧା ୧୨୯୩ଟି ଅଭିଯୋଗ ମିଳିଥିବାବେଳେ ୧୨୨୬ଟି ଅଭିଯୋଗର ସମାଧାନ ହୋଇପାରିଛି।

Related story