ମାଂସ କଟାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୮ ଆହତ

ଗଞ୍ଜାମ(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ପାଙ୍ଗିଡ଼ିରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉଗ୍ରରୂପ ଧାରଣ  କରିଥିଲା। ଗୃହଦାହ ପୂର୍ବ ବିବାଦକୁ କେନ୍ଦ୍ରକରି ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗତକାଲି ଚୈତ୍ର ମଙ୍ଗଳବାର ଥିବାରୁ ପାରମ୍ପରିକ ମାଂସ କଟାକୁ କେନ୍ଦ୍ର କରି ମୁହାଁମୁହିଁ ହୋଇଥିଲେ ଉଭୟ ଗୋଷ୍ଠୀ। ପରସ୍ପର ମଧ୍ୟରେ ଟେକାପଥର ମାଡ଼ ସାଙ୍ଗକୁ  ଗୃହଦାହ ହୋଇଥିଲା। ଆକ୍ରମଣ ଓ ପ୍ରତିଆକ୍ରମଣରେ ୮ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ୍ ୫ ଜଣଙ୍କୁ ଅଟକ ରଖିଛି। ଗାଁରେ  ଉତ୍ତେଜନା ଲାଗି ରହିଥିବାରୁ ପୋଲିସ୍ ସତର୍କ ନଜର ରଖିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।