ମନ୍ଦିର ପରିଚାଳନାକୁ ନେଇ ରକ୍ତାକ୍ତ ସଂଘର୍ଷ: ୨ ପ୍ଲାଟୁନ ଫୋର୍ସ ମୁତୟନ

Ordigital Desk
  • Published: Wednesday, 01 November 2017
  • , Updated: 01 November 2017, 07:03 PM IST
<p>ଅନୁଗୋଳ (ଓଡ଼ିଶା ରିପୋର୍ଟର): ମନ୍ଦିର ପରିଚାଳନାକୁ ନେଇ ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଅଙ୍ଗାରବନ୍ଧ ଚଣ୍ଡୀଖମନରେ ଥିବା ଚନ୍ଦନେଶ୍ୱର ମହାଦେବ ମନ୍ଦିରର ପରିଚାଳନାକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିବାବେଳେ ଆଜି ଏହା ଉଗ୍ର ରୂପ ନେଇଥିଲା। ଏହି ଘଟଣାରେ ୫ ଜଣ ପୂଜକଙ୍କ ସହ କିଛି ଗ୍ରାମବାସୀ ଆହତ ହୋଇଛନ୍ତି।</p> <p>ରିପୋର୍ଟ ଅନୁସାରେ ପଞ୍ଚୁକ ପାଇଁ ପୂଜକମାନେ ପୂଜା କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ହଠାତ୍ ଗାଁ ଲୋକେ ଆସି ଦାୟିତ୍ୱରୁ ଓହରିବାକୁ କହିଥିଲେ। ଏହାକୁ ନେଇ ପୂଜକ ଗୋଷ୍ଠୀ ଓ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ସଂଘର୍ଷ ଘଟିଥିଲା।</p> <p>ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ଚଞ୍ଚକତା କରି ପୂଜକମାନେ ମନ୍ଦିର ପରିଚାଳନା ଦାୟିତ୍ୱ ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଏଥିରୁ କ୍ଷାନ୍ତ କରିବା ଲାଗି ଗ୍ରାମବାସୀମାନେ ପୂର୍ବରୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲା ପ୍ରଶାସନ ଉଭୟ ପକ୍ଷ ସହ ଆପୋଷ ଆଲୋଚନା କରିଥିଲେ ହେଁ ବିବାଦର ସମାଧାନ ହୋଇ ନ ଥିଲା।</p> <p>ବର୍ତ୍ତମାନ ଗାଁରେ ଉତ୍ତେଜନା ଲାଗି ରହିଥିବାବେଳେ ଶାନ୍ତି ବଜାୟ ରଖିବା ପାଇଁ ପ୍ରଶାସନ ଓ ପୋଲିସ ତରଫରୁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।</p>

Related story