ନିୟମକୁ ଫୁ', ସିନେମା ହଲରୁ କେବେ ହଟିବ 'ବିଜୁ ବାବୁ'?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟର ବିଭିନ୍ନ ସିନେମା ହଲରେ ଫିଲ୍ମ ‘ବିଜୁ ବାବୁ’ ପ୍ରଦର୍ଶିତ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ଗଠିତ ବିଜୁ ଜନତା ଦଳ (ବିଜେଡି) ଏହି ଫିଲ୍ମ ମାଧ୍ୟମରେ ନିର୍ବାଚନୀ ଫାଇଦା ନେବାକୁ ଜୋରଦାର ପ୍ରୟାସ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ପ୍ରସ୍ତୁତ ବାୟୋପିକ୍ ଫିଲ୍ମ ପ୍ରଦର୍ଶନ ଉପରେ ବୁଧବାର ଜାତୀୟ ନିର୍ବାଚନ ଆୟୋଗ ତତ୍କାଳ କଟକଣା ଜାରି କରିବା ସହ […]

new

new

Jitendra Garnayak
  • Published: Thursday, 11 April 2019
  • Updated: 11 April 2019, 02:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟର ବିଭିନ୍ନ ସିନେମା ହଲରେ ଫିଲ୍ମ 'ବିଜୁ ବାବୁ' ପ୍ରଦର୍ଶିତ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାଁରେ ଗଠିତ ବିଜୁ ଜନତା ଦଳ (ବିଜେଡି) ଏହି ଫିଲ୍ମ ମାଧ୍ୟମରେ ନିର୍ବାଚନୀ ଫାଇଦା ନେବାକୁ ଜୋରଦାର ପ୍ରୟାସ କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ପ୍ରସ୍ତୁତ ବାୟୋପିକ୍ ଫିଲ୍ମ ପ୍ରଦର୍ଶନ ଉପରେ ବୁଧବାର ଜାତୀୟ ନିର୍ବାଚନ ଆୟୋଗ ତତ୍କାଳ କଟକଣା ଜାରି କରିବା ସହ ସମଗ୍ର ଦେଶରେ ଏଭଳି ରାଜନୈତିକ ବ୍ୟକ୍ତିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଯେକୌଣସି ଫିଲ୍ମର ପ୍ରସାରଣ ଓ ପ୍ରଦର୍ଶନ ଉପରେ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଙ୍କୁଶ ଲଗାଇଛନ୍ତି। ଏପରିକି ଫିଲ୍ମର ଅଭିନେତା ଯଦି ରାଜନୈତିକ ବ୍ୟକ୍ତି ହୋଇଥିବେ ଓ ସେଥିରୁ ସେ ରାଜନୀତିକ ଫାଇଦା ନେବାର ସମ୍ଭାବନା ଥିବ, ଉକ୍ତ ଫିଲ୍ମର ପ୍ରସାରଣ ଓ ପ୍ରଦର୍ଶନ ଉପରେ ମଧ୍ୟ କଟକଣା ଲାଗୁ ହେବ। ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅନ୍ତର୍ଗତ ଆସିବ।

ସମ୍ବିଧାନର ୩୨୪ ଧାରାରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ନିର୍ବାଚନ ଆୟୋଗ ଏହି ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନ ଆୟୋଗଙ୍କ ଏହି ନିର୍ଦ୍ଦେଶ ତତ୍କାଳ ଲାଗୁ ହେବାର ଥିଲେ ସୁଦ୍ଧା ଓଡ଼ିଶାର ବିଭିନ୍ନ ସିନେମା ହଲରେ ଆଜି ମଧ୍ୟ ବିଜୁ ବାବୁ ଫିଲ୍ମର ପୋଷ୍ଟର ଲାଗିଥିବା ଓ ଏହା ମଧ୍ୟ ପ୍ରଦର୍ଶିତ ହେଉଛି। ଫିଲ୍ମର ମୁଖ୍ୟ ଅଭିନେତା ଅନୁଭବ ମହାନ୍ତି ଏବେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡିର ସାଂସଦ ପ୍ରାର୍ଥୀ। ଏଣୁ ଫିଲ୍ମରୁ ଅନୁଭବଙ୍କୁ ରାଜନୀତିକ ଫାଇଦା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ନେଇ ବିଜେପି ପକ୍ଷରୁ ଗତ ଦୁଇଦିନ ତଳେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଆପତ୍ତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story