ବିଜୟ ମହାନ୍ତିଙ୍କୁ ମିଳୁ ପଦ୍ମ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଚଳଚ୍ଚିତ୍ର ଜଗତର ବାଦଶାହ ଅଭିନେତା ସ୍ୱର୍ଗତ ବିଜୟ ମହାନ୍ତିଙ୍କୁ ମରୋଣତ୍ତର ପଦ୍ମ ପୁରସ୍କାର ପ୍ରଦାନ ପାଇଁ ସାମାଜିକ ଗଣମାଧ୍ୟମରେ ଜୋର ଧରିଛି ଦାବି। ଓଡ଼ିଶାର ବରିଷ୍ଠ ଅଭିନେତା, ଅଭିନେତ୍ରୀ ଓ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଘରେ ରହି ଏହି ଦାବିକୁ ଜୋରଦାର୍‌ କରିଛନ୍ତି। ଭାରତ ସରକାରଙ୍କ ନ୍ୟାସନାଲ ସ୍କୁଲ୍‌ ଅଫ୍‌ ଡ୍ରାମାର ରେଜିଷ୍ଟ୍ରାର ମଧ୍ୟ ସ୍ୱର୍ଗତ ମହାନ୍ତିଙ୍କୁ ପଦ୍ମ ପୁରସ୍କାର ପାଇଁ ଦାବି କରିଛନ୍ତି। ବରିଷ୍ଠ ଅଭିନେତା ଅଜିତ ଦାସ କହିଛନ୍ତି-“ବିଜୟ ମହାନ୍ତିଙ୍କ […]

bijay

bijay

Manoranjan Sial
  • Published: Tuesday, 28 July 2020
  • Updated: 28 July 2020, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଚଳଚ୍ଚିତ୍ର ଜଗତର ବାଦଶାହ ଅଭିନେତା ସ୍ୱର୍ଗତ ବିଜୟ ମହାନ୍ତିଙ୍କୁ ମରୋଣତ୍ତର ପଦ୍ମ ପୁରସ୍କାର ପ୍ରଦାନ ପାଇଁ ସାମାଜିକ ଗଣମାଧ୍ୟମରେ ଜୋର ଧରିଛି ଦାବି। ଓଡ଼ିଶାର ବରିଷ୍ଠ ଅଭିନେତା, ଅଭିନେତ୍ରୀ ଓ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଘରେ ରହି ଏହି ଦାବିକୁ ଜୋରଦାର୍‌ କରିଛନ୍ତି। ଭାରତ ସରକାରଙ୍କ ନ୍ୟାସନାଲ ସ୍କୁଲ୍‌ ଅଫ୍‌ ଡ୍ରାମାର ରେଜିଷ୍ଟ୍ରାର ମଧ୍ୟ ସ୍ୱର୍ଗତ ମହାନ୍ତିଙ୍କୁ ପଦ୍ମ ପୁରସ୍କାର ପାଇଁ ଦାବି କରିଛନ୍ତି।

ବରିଷ୍ଠ ଅଭିନେତା ଅଜିତ ଦାସ କହିଛନ୍ତି-“ବିଜୟ ମହାନ୍ତିଙ୍କ ପରି ଜଣେ କଳାକାର ସମଗ୍ର ଓଡ଼ିଶାରେ ପରିଚିତ। ଅଭିନୟ ସହିତ ସେ ଦୀର୍ଘ ୪୦ ବର୍ଷ ଧରି ପିଲାଙ୍କୁ ପାଠ ପଢ଼ାଇଛନ୍ତି। ସେମିତି ଜଣେ ବ୍ୟକ୍ତିଙ୍କୁ ଯଦି ପଦ୍ମ ପୁରସ୍କାର ଦିଆଯାଆନ୍ତା, ତାହାହେଲେ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୁଅନ୍ତା।”

ବରିଷ୍ଠ ଅଭିନେତା ଅଶ୍ରୁମୋଚନ ମହାନ୍ତି କହିଛନ୍ତି-“ବିଜୟ ମହାନ୍ତି ହେଉଛନ୍ତି ଓଡ଼ିଶା ନାଟ୍ୟ ଓ ସିନେମା ଜଗତର ଅନ୍ୟ ଜଣେ ଆବାହକ। ତାଙ୍କ ଅବର୍ତ୍ତମାନରେ ତାଙ୍କୁ ପଦ୍ମ ସମ୍ମାନରେ ସମ୍ମାନୀତ କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ନିବେଦନ କରୁଛି।”

୧୯୭୭ରେ ବିଜୟ ମହାନ୍ତିଙ୍କ ଫିଲ୍ମ ଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମ ଫିଲ୍ମ ଥିଲା ‘ଚିଲିକା ତୀରେ’। ଏଥିପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାପରେ ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକାଆଖି ସବୁ ଦେଖୁଛି ଆଦି ଚଳଚ୍ଚିତ୍ରରେ ଅଭିନୟ କରି ବିପୁଳ ପ୍ରଶଂସା ସାଉଁଟି ଥିଲେ। ରୂପେଲି ପରଦାରେ ଅଲ୍‌ରାଉଣ୍ଡର୍‌ ଥିଲେ ବିଜୟ। ହିରୋ, ଭିଲେନ୍, କମେଡି, କ୍ୟାରେକ୍ଟର ରୋଲ୍‌, ସବୁଥିଲେ ସେ ଦେଖାଇଥିଲେ ଅଭିନୟର ପରାକାଷ୍ଠା। ତାଙ୍କର ଆଉ କିଛି ଲୋକପ୍ରିୟ ଫିଲ୍ମ ହେଲା- ଆରତୀ, ମମତା ମାଗେ ମୁଲ, ଏଇ ଆମ ସଂସାର, ଆମ ଘର ଆମ ସଂସାର, କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ, ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା ଇତ୍ୟାଦି ଭୁଲି ହୁଏନା। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ବିଜୟ। ସେ ୧୯୭୭ରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଯୋଗଦେଇ କିଛି ବର୍ଷ ପୂର୍ବରୁ ପ୍ରଫେସର ଭାବେ ଅବସର ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos