ଜୀବନ ଯୁଦ୍ଧରେ ହାରିଗଲେ ବିଜୟ

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି  ଓଲିଉଡ୍‌ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତି । ଆଜି ଭୁବନେଶ୍ୱସ୍ଥିତ କେୟାର ହସପିଟାଲରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।  ଆଜି ସନ୍ଧ୍ୟାରେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ପୁଣି ଥରେ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ଏହି କେୟାର ହସ୍ପିଟାଲରେ ଚିକିତ୍ସିତ ହୋଇ ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରେ ଡିସ୍‌ଚାର୍ଜ ହୋଇଥିଲେ। ତଥାପି ତାଙ୍କର ଘରେ ମଧ୍ୟ ଚିକିତ୍ସା ଚାଲିଥିଲା। ଆଜି ପୁଣି […]

bijay-1

bijay-1

Tapas Behera
  • Published: Monday, 20 July 2020
  • Updated: 21 July 2020, 07:35 PM IST

Sports

Latest News

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି  ଓଲିଉଡ୍‌ ଜଗତର ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତି । ଆଜି ଭୁବନେଶ୍ୱସ୍ଥିତ କେୟାର ହସପିଟାଲରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।  ଆଜି ସନ୍ଧ୍ୟାରେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ପୁଣି ଥରେ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ଏହି କେୟାର ହସ୍ପିଟାଲରେ ଚିକିତ୍ସିତ ହୋଇ ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରେ ଡିସ୍‌ଚାର୍ଜ ହୋଇଥିଲେ। ତଥାପି ତାଙ୍କର ଘରେ ମଧ୍ୟ ଚିକିତ୍ସା ଚାଲିଥିଲା। ଆଜି ପୁଣି ଥରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉକ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ଗତ ମାସରେ ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ଦିନ ପରେ ସେ ଓଡ଼ିଶା ଫେରିଥିଲେ। ମେ’ ୨୭ ତାରିଖରେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍‌କୁ ଚେକ୍‌ଅପ୍ ପାଇଁ ଯାଇଥିବା ବେଳେ ହୃଦ୍‌ଘାତର ଶିକାର ହୋଇଥିଲେ । ସେହିଦିନ ଠାରୁ ସେ ସେଠାରେ ଚିକିତ୍ସିତ ହେଉଥିଲେ । ପୁନେ ସ୍ଥିତ ନ୍ୟାଶନାଲ ଫିଲ୍ମ ଇନଷ୍ଟିଚ୍ୟୁଟ୍‌ରୁ ଉତୀର୍ଣ୍ଣ ହେଲା ପରେ ଓଡ଼ିଆ ଚଳଚ୍ଚିତ୍ରରେ ବିଜୟ ୧୯୭୭ ମସିହାରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ।

୧୭୫ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ଓଲିଉଡ୍‌ର ଏହି କୀମ୍ବଦନ୍ତୀ, ଅଭିନେତା ନିର୍ଦ୍ଦେଶକ, ନାଟ୍ୟକାର ତଥା ଅଧ୍ୟାପକଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଯୁଗର ଅବସାନ ଘଟିଛି। ୨୦୧୪ ମସିହାରେ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଥିବା ବିଜୟ ମହାନ୍ତି ତାଙ୍କ କ୍ୟାରିୟର ଆରମ୍ଭରୁ ହିଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇ ଚର୍ଚ୍ଚାରେ ଥିଲେ। ଏହା ବ୍ୟତୀତ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ଓ ସିନେ କ୍ରିଟିକ୍‌ ପୁରସ୍କାର ଲାଭ କରିଥିଲେ।

ଶତାଧିକ ଓଡ଼ିଆ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସିନେ ପ୍ରେମୀଙ୍କ ମନରେ ଘର କରିଥିବା ବିଜୟ ମହାନ୍ତିଙ୍କର ୧୯୫୦ ମସିହା ଏପ୍ରିଲ ୮ ତାରିଖରେ କେନ୍ଦ୍ରାପଡ଼ା ପାଣ୍ଡିରିରେ ଜନ୍ମଗ୍ରହଣ କରିଥିଲେ। ମୟୂରଭଞ୍ଜ ବାରିପଦାରେ କଟିଥିଲା ତାଙ୍କ ଶୈଶବ। କଳାରେ ସ୍ନାତକ ପରେ ସେ ଅଭିନୟ ପ୍ରତି ଆଗ୍ରହୀ ହୋଇ ଦିଲ୍ଲୀ ସ୍ଥିତ ନ୍ୟାସ୍‌ନାଲ ସ୍କୁଲ ଅଫ୍‌ ଡ୍ରାମାରେ ଭର୍ତ୍ତି ହୋଇଥିଲେ। ନାସିରୁଦ୍ଦିନ ଶାହା, ରାଜ୍ ବବ୍ବର ଓ ଓମ୍ ପୁରୀ ଥିଲେ ତାଙ୍କ ସହପାଠୀ।

ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା ୧୯୭୭ର ଫିଲ୍ମ ‘ଚିଲିକା ତୀରେ’ରୁ। ଏଥିପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାପରେ ନାଗଫାଶ, ସମୟ ବଡ଼ ବଳବାନ, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ଚକା ଭଉଁରୀ, ଚକାଆଖି ସବୁ ଦେଖୁଛି ଆଦି ଚଳଚ୍ଚିତ୍ରରେ ଅଭିନୟ କରି ବିପୁଳ ପ୍ରଶଂସା ସାଉଁଟିଥିଲେ। ରୂପେଲି ପରଦାରେ ଅଲ୍‌ରାଉଣ୍ଡର୍‌ ଥିଲେ ବିଜୟ। ହିରୋ, ଭିଲେନ୍, କମେଡି, କ୍ୟାରେକ୍ଟର ରୋଲ୍‌, ସବୁଥିଲେ ସେ ଦେଖାଇଥିଲେ ଅଭିନୟର ପରାକାଷ୍ଠା। ତାଙ୍କର ଆଉ କିଛି ଲୋକପ୍ରିୟ ଫିଲ୍ମ ହେଲା- ଆରତୀ, ମମତା ମାଗେ ମୁଲ, ଏଇ ଆମ ସଂସାର, ଆମ ଘର ଆମ ସଂସାର, କି ହେବ ଶୁଆ ପୋଷିଲେ, ଭୀଷ୍ମ ପ୍ରତିଜ୍ଞା, ଭାଇ ହେଲା ଭଗାରୀ, ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା ଇତ୍ୟାଦି ଭୁଲି ହୁଏନା। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ବିଜୟ। ସେ ୧୯୭୭ରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଯୋଗଦେଇ କିଛି ବର୍ଷ ପୂର୍ବରୁ ପ୍ରଫେସର ଭାବେ ଅବସର ଗ୍ରହଣ କରିଥିଲେ।

ବିଜୟ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story