ଫିଲ୍ମ ପ୍ରଯୋଜକଙ୍କୁ ଆକ୍ରମଣ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାରେ ଫିଲ୍ମ ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁଙ୍କୁ ଆକ୍ରମଣ ହୋଇଛି। ବଡ଼ହାଟ ନିକଟରେ ଗତକାଲି ସନ୍ଧ୍ୟା ବେଳେ ସେ ଚାଲୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ୪ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିବା ସହ ସୁନାଚେନ୍ ଓ ମୁଦି ଲୁଟି ନେଇଛନ୍ତି। ଏନେଇ ରବୀନ୍ଦ୍ର ଟାଉନ ଥାନାରେ ଏତଲା ଦେଇଛନ୍ତି।  ନିକଟରେ ଥିବା ଏକ ସିସିଟିଭି ଫୁଟେଜ୍‌କୁ ଆଣି  ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।