ବିଧାନସଭାରେ ୧୧୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ମହାମାରୀ ସଂକ୍ରମଣ ଆଶଙ୍କା ଓ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧୨୦୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଏହି ଅତିରିକ୍ତ ବଜେଟରେ ‘ଆବଣ୍ଟନର ପୁନଃ ପ୍ରାଥମିକତା’କୁ ଗୁରୁତ୍ୱ ଦିଆଯାଇଛି। ଚଳିତ ଆର୍ଥିକ ବର୍ଷ ଦେଢ଼ ଲକ୍ଷ କୋଟି ଟଙ୍କାର ମୂଳ ବଜେଟ ଥିବାବେଳେ କରୋନା ଯୋଗୁ ଅର୍ଥନୀତି ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ମୂଳ ବଜେଟରେ ବ୍ୟୟବରାଦ ଅର୍ଥକୁ ପୁନଃ ଆବଣ୍ଟିତ କରିଛନ୍ତି। […]

Assembly

Assembly

Ranjit Kumar Jena
  • Published: Friday, 20 November 2020
  • Updated: 20 November 2020, 05:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ମହାମାରୀ ସଂକ୍ରମଣ ଆଶଙ୍କା ଓ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧୨୦୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଏହି ଅତିରିକ୍ତ ବଜେଟରେ ‘ଆବଣ୍ଟନର ପୁନଃ ପ୍ରାଥମିକତା’କୁ ଗୁରୁତ୍ୱ ଦିଆଯାଇଛି। ଚଳିତ ଆର୍ଥିକ ବର୍ଷ ଦେଢ଼ ଲକ୍ଷ କୋଟି ଟଙ୍କାର ମୂଳ ବଜେଟ ଥିବାବେଳେ କରୋନା ଯୋଗୁ ଅର୍ଥନୀତି ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ମୂଳ ବଜେଟରେ ବ୍ୟୟବରାଦ ଅର୍ଥକୁ ପୁନଃ ଆବଣ୍ଟିତ କରିଛନ୍ତି।

ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଅତିରିକ୍ତ ବଜେଟ ଆଗତ କରି କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ମୂଳ ବଜେଟରେ ସଂସ୍କାରମୂଳକ ପ୍ରସ୍ତାବ ମାଧ୍ୟମରେ ଏକ ନୂତନ ଓଡ଼ିଶା ଗଠନ ପାଇଁ ସରକାରଙ୍କ ଆଭିମୁଖ୍ୟ ରହିଥିଲା। କିନ୍ତୁ କୋଭିଡ-୧୯ ମହାମାରୀ ପ୍ରଭାବରେ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ନିମନ୍ତେ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ନିଜର ପ୍ରାଥମିକତାକୁ ସଂଶୋଧନ କରିବାକୁ ପଡ଼ିଛି । ମୂଳ ବଜେଟ କୋଭିଡ୍ ପରିସ୍ଥିତି ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଓ ସେଥିରେ ସ୍ୱାସ୍ଥ୍ୟ, ଦକ୍ଷତା ବୃଦ୍ଧି, ପର୍ଯ୍ୟଟନ ବିକାଶ, ଗ୍ରାମୀଣ ଓ ସହାରାଞ୍ଚଳ ଉନ୍ନୟନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ତେବେ ଚଳିତ ଅତିରିକ୍ତ ବଜେଟରେ ପଂଚାୟତିରାଜ, ସ୍ୱାସ୍ଥ୍ୟ ଓ ଶକ୍ତି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି।

ଚଳିତ ଅତିରିକ୍ତ ବଜେଟରେ ମୋଟ ୧୧୨୦୦କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ହୋଇଥିବାବେଳେ ଏଥିରେ ପ୍ରଶାସନିକ ବ୍ୟୟବାବଦକୁ ୨୨୭୩କୋଟି, କାର୍ଯ୍ୟକ୍ରମ ବ୍ୟୟବାବଦରେ ୭୪୩୮କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦରେ ୧୪୮୪କୋଟି ଓ ରାଜ୍ୟ ବଜେଟରୁ ସ୍ଥାନୀୟ ସଂସ୍ଥାକୁ ହସ୍ତାନ୍ତର ପାଇଁ ୫କୋଟି ଟଙ୍କାର ବ୍ୟୟବରାଦ ହୋଇଛି। କାର୍ଯ୍ୟକ୍ରମ ବ୍ୟୟବରାଦ ମଧ୍ୟରେ ପଂଚାୟତିରାଜ ବିଭାଗରେ ସର୍ବାଧିକ ୨୦୪୧କୋଟି, ସ୍ୱାସ୍ଥ୍ୟ ବିଭାଗରେ ୧୬୨୬କୋଟି, ଶକ୍ତି ବିଭାଗରେ ୯୫୬କୋଟି, ଉଚ୍ଚଶିକ୍ଷାରେ ୧୧୩.୧୨କୋଟି ଟଙ୍କା ସମେତ ମୋଟ ୭୪୩୮କୋଟି ଟଙ୍କା ବରାଦ ହୋଇଛି। ଏଥିରେ ରାଜ୍ୟର ନିଜସ୍ୱ ବ୍ୟୟ ୪୩୬୨କୋଟି ଟଙ୍କା, କେନ୍ଦ୍ରୀୟ ଯୋଜନାରେ ୨୪.୬୯କୋଟି ଓ କେନ୍ଦ୍ରୀୟ ଅନୁଦାନରେ ୩୦୫୦.୬୮କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ବଜେଟରେ କିଛି ବୃହତ୍ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ ନିମନ୍ତେ ଚିହ୍ନଟ କରାଯାଇ ସେଥିପାଇଁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଛି। କୋଭିଡ୍ ପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ଯେଉଁ ସବୁ ପ୍ୟାକେଜ୍ ଘୋଷଣା କରିଥିଲେ ସେଥିପାଇଁ ମଧ୍ୟ ଅର୍ଥ ବ୍ୟୟବରାଦ ହୋଇଛି। ଏଥିରେ ଏମଏସଏମଇ କ୍ଷେତ୍ର, କୋଭିଡ୍ ଯୋଦ୍ଧାଙ୍କୁ ସ୍ୱତନ୍ତ୍ର ସହାୟତା, ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରୋତ୍ସାହନ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ମିଶନଶକ୍ତି ହିତାଧିକାରୀ, କୃଷି କ୍ଷେତ୍ର ଆଦି ପାଇଁ ଅର୍ଥ ବରାଦ ହୋଇଛି।

ମନ୍ତ୍ରୀ ଶ୍ରୀ ପୂଜାରୀ  ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କୋଭିଡ୍ ମହାମାରୀ ଯୋଗୁ ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡ଼ିଛି, ଯାହାକି ରାଜ୍ୟର ରାଜସ୍ୱ ଆଦାୟକୁ ମଧ୍ୟ ପ୍ରଭାବିତ କରିଛି। ରାଜ୍ୟରେ ଖର୍ଚ୍ଚଧାରା ପ୍ରଭାବିତ ହୋଇଛି। ପ୍ରଥମ ୬ମାସ ମଧ୍ୟରେ କେନ୍ଦ୍ରୀୟ ହସ୍ତାନ୍ତର କମିଥିବାରୁ ମୋଟ ରାଜସ୍ୱପ୍ରାପ୍ତି ୬.୫ ପ୍ରତିଶତ ହ୍ରାସ ପାଇଛି। ତେବେ ରାଜ୍ୟ ନିଜସ୍ୱ ରାଜସ୍ୱରେ ୧.୭ ପ୍ରତିଶତ ବୃଦ୍ଧି କରିପାରିଛି।

୨୦୨୦ ମସିହା ସେପ୍ଟେମ୍ବର ଶେଷସୁଦ୍ଧା  ରାଜସ୍ୱ ବଳକା ୬୭୯୦କୋଟି ଟଙ୍କା ଓ ମୋଟ ଋଣଭାର ୯୭୮୨୩ କୋଟି ଟଙ୍କା ରହିଛି। ଯାହାକି ମୋଟ ଜିଏସଡିପିର ୧୬.୪ ପ୍ରତିଶତ। ତେବେ କୋଭିଡ୍ ମାମଲା ହ୍ରାସ ପାଉଥିବା ଓ ଧୀରେଧୀରେ ଅର୍ଥବ୍ୟବସ୍ଥା ଖୋଲିବା ଦ୍ୱାରା ଗତ କିଛିମାସ ମଧ୍ୟରେ ରାଜସ୍ୱପ୍ରାପ୍ତିରେ ଅଭିବୃଦ୍ଧି ପରିଲକ୍ଷିତ ହେଉଛି ଓ ଅଧିକ ରାଜସ୍ୱ ଆଦାୟ ଓ ଋଣ ଉପରେ ନିର୍ଭରଶୀଳତା ହ୍ରାସ ନିମନ୍ତେ ବକେୟା ରାଜସ୍ୱ ଆଦାୟ ଓ ସମ୍ବଳ ପ୍ରତ୍ୟାବର୍ତ୍ତନ ଉପରେ ସରକାର ଗୁରୁତ୍ୱ ଦେଉଥିବା ଶ୍ରୀ ପୂଜାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story