ସୌଭାଗ୍ୟବତୀ ପାଇଁ ଲକ୍ଷ୍ମୀ ହାତରେ ହାତୁଡି...

ନୀଳଗିରି(ବିଶ୍ୱମ୍ଭର ଦାସ): ମୁଣ୍ଡ ଫଟା ଖରା। ସେହି ଖରାକୁ ଖାତିର ନାହିଁ। ଅନବରତ ହାତୁଡ଼ିରେ ବଡ଼ ବଡ଼ ପଥର ଖଣ୍ଡକୁ ପିଟି ଚାଲିଛନ୍ତି ଜଣେ ମହିଳା। ପଥରକୁ ବାଡ଼େଇ ବାଡେଇ ନିଜ ହାତ ପାପୁଲିରେ ଘାଆ ହୋଇଗଲାଣି। ସେହି ଯନ୍ତ୍ରଣାକୁ ଖାତିର ନକରି ନିର୍ଧୁମ ଖରାରେ ପଥ ଖଣ୍ଡକୁ ପିଟି ଚାଲିଛନ୍ତି। ସେ ଭଲ ଭାବେ ଚାଣିଛନ୍ତି, ଦେହର ଯନ୍ତ୍ରଣାଠାରୁ ଛାତି ତଳ ଯନ୍ତ୍ରଣା ଭାରି ଭୟଙ୍କର। ତେଣୁ ହାତ ଯନ୍ତ୍ରଣାକୁ ଭୁଲି ନିଜର ବର୍ଷକର ଝିଅ […]

mother in Nilagiri

mother in Nilagiri

Manoranjan Sial
  • Published: Saturday, 06 March 2021
  • Updated: 06 March 2021, 09:07 PM IST

Sports

Latest News

ନୀଳଗିରି(ବିଶ୍ୱମ୍ଭର ଦାସ): ମୁଣ୍ଡ ଫଟା ଖରା। ସେହି ଖରାକୁ ଖାତିର ନାହିଁ। ଅନବରତ ହାତୁଡ଼ିରେ ବଡ଼ ବଡ଼ ପଥର ଖଣ୍ଡକୁ ପିଟି ଚାଲିଛନ୍ତି ଜଣେ ମହିଳା। ପଥରକୁ ବାଡ଼େଇ ବାଡେଇ ନିଜ ହାତ ପାପୁଲିରେ ଘାଆ ହୋଇଗଲାଣି। ସେହି ଯନ୍ତ୍ରଣାକୁ ଖାତିର ନକରି ନିର୍ଧୁମ ଖରାରେ ପଥ ଖଣ୍ଡକୁ ପିଟି ଚାଲିଛନ୍ତି। ସେ ଭଲ ଭାବେ ଚାଣିଛନ୍ତି, ଦେହର ଯନ୍ତ୍ରଣାଠାରୁ ଛାତି ତଳ ଯନ୍ତ୍ରଣା ଭାରି ଭୟଙ୍କର। ତେଣୁ ହାତ ଯନ୍ତ୍ରଣାକୁ ଭୁଲି ନିଜର ବର୍ଷକର ଝିଅ ପାଇଁ ପିଟି ଚାଲିଛନ୍ତି ପଥର ଖଣ୍ଡକୁ। କାରଣ ପଥର ପିଟିଲେ ମୁଳୁଥିବା ମଜୁରିରେ ଝିଅକୁ ଡାକ୍ତରକୁ ଦେଖାଇବ। ସେ ହେଉଛନ୍ତି ଲକ୍ଷ୍ମୀ ସିଂ।

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ମଛୁଆ ଗାଁର ଲକ୍ଷ୍ମୀ। ପରିବାର କହିଲେ ସ୍ୱାମୀ ଉମାକାନ୍ତ ଓ ବର୍ଷକର ଝିଅ ସୌଭାଗ୍ୟବତୀ ସିଂ। ସ୍ୱାମୀ ଉମାକାନ୍ତ ସିଂ ମୁଲ ଲାଗି ଯାହା ଆଣନ୍ତି, ସେଥିରେ ଚଳେ ପୂରା ପରିବାର। ଝିଅ ଜନ୍ମ ବେଳେ ଠିକ୍‌ ଥିଲା। ତେବେ ୪ ମାସ ପରେ ହଠାତ୍‌ ସୌଭାଗ୍ୟବତୀର ମୁଣ୍ଡ ଶରୀର ଅପେକ୍ଷା ବଢ଼ି ଚାଲିଲା। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ଲକ୍ଷ୍ମୀ ଓ ଉମାକାନ୍ତ।

ପ୍ରଥମେ ଝିଅକୁ ଧରି ନୀଳଗିରି ଡାକ୍ତରଖାନାକୁ ଯାଇଥିଲେ। ଡାକ୍ତର ଦେଖିବା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ। ସେଠାରେ ତାଙ୍କୁ ଡାକ୍ତର ଫେରାଇ ଦେଇଥିଲେ। କଟକ ବଡ଼ ମେଡିକାଲ୍‌ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

ଉମାକାନ୍ତ ଜଣେ ଦିନ ମଜୁରିଆ ହୋଇଥିବାରୁ ପାଖରେ ପଇସା ନାହିଁ। ତଥାପି ଧାର ଉଧାର କରି ଝିଅକୁ କଟକ ନେଇଥିଲେ। ସେଠାରେ ଡାକ୍ତର ଦେଖିବା ପରେ ଚିକିତ୍ସା ପାଇଁ ବହୁ ପଇସା ଖର୍ଚ୍ଚ ହେବ ବୋଲି କହିଥିଲେ। କିଛି ଉପାୟ ନପାଇଁ ସ୍ୱାମୀ-ସ୍ତ୍ରୀ ଘରକୁ ଫେରି ଆସିଲେ। ଝିଅର ଚିକିତ୍ସା ପାଇଁ ବହୁ ଲୋକଙ୍କୁ ଗୁହାରୀ କଲେ। କିନ୍ତୁ କେହି ଶୁଣିଲେ ନାହିଁ। ଶେଷରେ ଲକ୍ଷ୍ମୀ ଘରୁ ଗୁଡ଼ କାଢ଼ିଲେ। ଖାଦାନକୁ କାମ କରିବାକୁ ଗଲେ। ପ୍ରତିଦିନ ଖାଦାନରେ ହାତୁଡିରେ ପଥରକୁ ବାଡାଉଛନ୍ତି। ସ୍ୱାମୀ ଉମାକାନ୍ତ ପ୍ରତିଦିନ କାମ କରିବାକୁ ଯାଉଛନ୍ତି। ଭାବିଛନ୍ତି ମଜୁରିରୁ କିଛି ପଇସା ସଞ୍ଚୟ କରି ଝିଅର ଚିକିତ୍ସା କରାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos