ଖୋଲାରେ ଶୌଚ କଲେ ୫୦୦ ଟଙ୍କା ଜୋରିମାନା

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁର ସହରକୁ ସ୍ୱଚ୍ଛ ଓ ଖୋଲାରେ ଶୌଚମୁକ୍ତ ଅଞ୍ଚଳ କରିବା ଲକ୍ଷ୍ୟରେ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ଏକ ନୂଆ ନିୟମ କରିଛି। ଏଣିକି ମହାନଗର ନିଗମ ଭିତରେ କୌଣସି ସ୍ଥାନରେ ଖୋଲାରେ ଶୌଚ କଲେ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯିବ। ବାହାରେ ଶୌଚ ନ କରିବାକୁ ଅନେକ ସଚେତନତା କରାଯାଇଥିଲେ ମଧ୍ୟ କିଛି ଲାଭ ହେଲା ନାହିଁ। ତେଣୁ ଲୋକଙ୍କୁ ବାଟକୁ ଆଣିବାକୁ ଏବେ ଏଭଳି ପକ୍ଷେପ ନିଆଯାଇଛି। ବିଶେଷ କରି […]

Defecation copy

Rakesh Mallick
  • Published: Friday, 06 July 2018
  • , Updated: 06 July 2018, 10:38 AM IST

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁର ସହରକୁ ସ୍ୱଚ୍ଛ ଓ ଖୋଲାରେ ଶୌଚମୁକ୍ତ ଅଞ୍ଚଳ କରିବା ଲକ୍ଷ୍ୟରେ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ଏକ ନୂଆ ନିୟମ କରିଛି। ଏଣିକି ମହାନଗର ନିଗମ ଭିତରେ କୌଣସି ସ୍ଥାନରେ ଖୋଲାରେ ଶୌଚ କଲେ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯିବ। ବାହାରେ ଶୌଚ ନ କରିବାକୁ ଅନେକ ସଚେତନତା କରାଯାଇଥିଲେ ମଧ୍ୟ କିଛି ଲାଭ ହେଲା ନାହିଁ। ତେଣୁ ଲୋକଙ୍କୁ ବାଟକୁ ଆଣିବାକୁ ଏବେ ଏଭଳି ପକ୍ଷେପ ନିଆଯାଇଛି।

ବିଶେଷ କରି ସହରର ରିଙ୍ଗରୋଡ୍ କଡ଼ରେ ପାଖାପାଖି ଅଞ୍ଚଳର ଲୋକେ ଶୌଚ ଯାଉଛନ୍ତି। ରିଙ୍ଗରୋଡ୍‌ ମହାନଦୀ କୂଳେ କୂଳେ ଯାଇଥିବାରୁ କିଛି ଦିନ ପୂର୍ବରୁ ଏହାକୁ ସଂପ୍ରସାରଣ କରାଯାଇ ଏଲଇଡି ଲାଇଟ୍ ଲଗାଯାଇଛି। କିନ୍ତୁ ଲୋକେ ଏଠାରେ ମଳତ୍ୟାଗ କରୁଥିବାରୁ ପୂରା ପରିବେଶ ନଷ୍ଟ ହୋଇଯାଉଛି। ପରିସ୍ଥିତି ଏଭଳି ହୋଇଛି ଯେ ଏହି ରାସ୍ତା ଦେଇ ଚାଲିବା ବି ମୁସ୍କିଲ ହୋଇପଡୁଛି। ତେଣୁ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିଲା। କିନ୍ତୁ କିଛି ଲାଭ ନ ହେବାରୁ ଶେଷରେ ଏହି ଜୋରିମାନା ବ୍ୟବସ୍ଥା କରାଯାଇଛି।

ଏସ୍‌ଏମ୍‌ସି ଡେପୁଟି କମିଶନର ସୁଧାଂଶୁ ଭୋଇ କହିଛନ୍ତି,“ଯଦି କୌଣସି ବ୍ୟକ୍ତି ବାହାରେ ମଳତ୍ୟାଗ କରନ୍ତି ତାଙ୍କ ଠାରୁ ଜୋରିମାନା ଆକାରରେ ୫୦୦ ଟଙ୍କା ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଛି।”

ଏନେଇ ସମ୍ୱଲପୁର ବାସିନ୍ଦା କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି,“ବାହାରେ ଶୌଚ କଲେ ଯେଉଁ ୫୦୦ ଟଙ୍କା ଫାଇନ୍ ବ୍ୟବସ୍ତା କରାଯାଇଛି, ତାହା ଏକ ଭଲ ପଦକ୍ଷେପ। ଏଥିରେ କିଛି ଲୋକ ଶିକ୍ଷା ପାଇବେ। ଆଉ ଖୋଲାରେ ଶୌଚ ବନ୍ଦ ହେବ।”

Related story