କୋଭିଡ କଟକଣା ନ ମାନି ତଣ୍ଡ ଗଣିଲେ ୩ ଶୋ ରୁମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ବିଏମ୍‌ସିକୁ ଚିନ୍ତା ଘାରିଛି। ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପର ଗୁରୁତ୍ୱାରୋପ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ବିଏମ୍‌ସି। ସାମାଜିକ ଦୂରତ୍ୱ ନ ମାନିବା ଓ ମାସ୍କ ପିନ୍ଧି ନ ଥିବାରୁ  ଅଶୋକ ନଗରରେ ଥିବା ଶ୍ରୀଲେଦର୍ସ, ମ୍ୟାକ୍ସ ସମେତ ୩ଟି ପ୍ରମୁଖ ଶୋ ରୁମରୁ ଜରିମାନା ଆଦାୟ କରାଯାଇଛି। ଚଢ଼ାଉ କରି ଜରିମାନା ଆଦାୟ କଲେ BMC/BDA ଜଏଣ୍ଟ ସ୍କ୍ୱାଡ୍। […]

corona1

Niharika Rout
  • Published: Wednesday, 01 July 2020
  • , Updated: 01 July 2020, 01:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ବିଏମ୍‌ସିକୁ ଚିନ୍ତା ଘାରିଛି। ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପର ଗୁରୁତ୍ୱାରୋପ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ବିଏମ୍‌ସି।

ସାମାଜିକ ଦୂରତ୍ୱ ନ ମାନିବା ଓ ମାସ୍କ ପିନ୍ଧି ନ ଥିବାରୁ  ଅଶୋକ ନଗରରେ ଥିବା ଶ୍ରୀଲେଦର୍ସ, ମ୍ୟାକ୍ସ ସମେତ ୩ଟି ପ୍ରମୁଖ ଶୋ ରୁମରୁ ଜରିମାନା ଆଦାୟ କରାଯାଇଛି। ଚଢ଼ାଉ କରି ଜରିମାନା ଆଦାୟ କଲେ BMC/BDA ଜଏଣ୍ଟ ସ୍କ୍ୱାଡ୍। ଏହାବ୍ୟତୀତ ଖଣ୍ଡଗିରି ଅଞ୍ଚଳରେ ବେଆଇନ ଭାବେ ଖୋଲିଥିବା ଏକ ଜିମ୍‌କୁ ମଧ୍ୟ ସିଲ୍ କରାଗଲା।

Related story