ମଜୁରୀ ମାଗିବାରୁ ଦାଦନଙ୍କ ହାତ ଓ ଗୋଡ଼ ଆଙ୍ଗୁଠି କାଟିଦେଲେ ଦଲାଲ୍‌

ନୂଆପଡ଼ା (ମାୟାଧର ସରାଫ): ସୁଦୂର ମହାରାଷ୍ଟ୍ର ନାଗପୁରରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କୁ ସାଂଘାତିକ ନିର୍ଯାତନା। ପାରିଶ୍ରମିକ ଟଙ୍କା ମାଗିବାରୁ ଗୋଡ଼ ଓ ହାତର ଅଙ୍ଗୁଳି କାଟିଦେଲେ ଦାଦନ ଦଲାଲ୍। ଏପରି ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲାରୁ। ଦାଦନ ଜଣକ ଘରକୁ ଫେରିବା ପରେ ବଖାଣିଛନ୍ତି ପୂରା ଘଟଣା। ଗତ ରଥଯାତ୍ରା ସମୟରେ କୋମନା ଥାନା ଟିକରାପଡ଼ା ଗାଁର ଚମାରୁ ପହରିଆଙ୍କୁ ୨ ଜଣ ଦଲାଲ ଦୋଲା ସତନାମୀ ଓ ବିଦେଶୀ ସୁନାନୀ ମହାରାଷ୍ଟ୍ରର ନାଗପୁରକୁ ନେଇଯାଇଥିଲେ। […]

dadana

dadana

Manoranjan Sial
  • Published: Saturday, 05 October 2019
  • Updated: 05 October 2019, 07:04 PM IST

ନୂଆପଡ଼ା (ମାୟାଧର ସରାଫ): ସୁଦୂର ମହାରାଷ୍ଟ୍ର ନାଗପୁରରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କୁ ସାଂଘାତିକ ନିର୍ଯାତନା। ପାରିଶ୍ରମିକ ଟଙ୍କା ମାଗିବାରୁ ଗୋଡ଼ ଓ ହାତର ଅଙ୍ଗୁଳି କାଟିଦେଲେ ଦାଦନ ଦଲାଲ୍। ଏପରି ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲାରୁ। ଦାଦନ ଜଣକ ଘରକୁ ଫେରିବା ପରେ ବଖାଣିଛନ୍ତି ପୂରା ଘଟଣା।

ଗତ ରଥଯାତ୍ରା ସମୟରେ କୋମନା ଥାନା ଟିକରାପଡ଼ା ଗାଁର ଚମାରୁ ପହରିଆଙ୍କୁ ୨ ଜଣ ଦଲାଲ ଦୋଲା ସତନାମୀ ଓ ବିଦେଶୀ ସୁନାନୀ ମହାରାଷ୍ଟ୍ରର ନାଗପୁରକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଏକ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିଥିଲେ। ମାତ୍ର ପାରିଶ୍ରମିକ ବାବଦକୁ ମଜୁରୀ ତାଙ୍କୁ ମିଳିନଥିଲା।

ମଜୁରୀ ମାଗିବାରୁ ଦଲାଲମାନେ ତାଙ୍କୁ ମଦ ପିଆଇ ଦେଇଥିଲେ। ପରେ ଦଲାଲମାନେ ନିଶାସକ୍ତ ଅବସ୍ଥାରେ ଚମାରୁଙ୍କ ଡାହାଣ ହାତର ୩ଟି ଆଙ୍ଗୁଠି ଓ ଡାହାଣ ଗୋଡ଼ର ୫ଟି ଆଙ୍ଗୁଠି କାଟି ଦେଇଥିବା ଅଭିଯୋଗ ହୋଇଛି। ତା’ପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ନାଗପୁର ରେଳ ଷ୍ଟେସନ୍‌ର ପ୍ଲାଟଫର୍ମରେ ଫିଙ୍ଗି ଦେଇଥିଲେ।

ରେଳୱେ ସୁରକ୍ଷା ପୁଲିସ ତାଙ୍କୁ ଉଦ୍ଧାର କରି ନାଗପୁର ସିଟି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ। ମାତ୍ର ଜୀବନ ଭୟରେ ଘଟଣା ସମ୍ପର୍କରେ ମୁହଁ ଖୋଲୁନଥିଲେ। ତେବେ ହାତ ଓ ଗୋଡ଼ର ଘାଆ ଶୁଖିନଥିବାରୁ ଆଜି ଯନ୍ତ୍ରଣା ହୋଇଥିଲା। ତେଣୁ ପରିବାର ଲୋକେ ତାଙ୍କୁ କୋମନା ମେଡିକାଲ୍‌କୁ ଚିକିତ୍ସା ପାଇଁ ଆଣିଥିଲେ। ଏହି ସମୟରେ ପଚରାଉଚରା ବେଳେ ପୂରା ଘଟଣା ଉପରୁ ପରଦା ହଟିଛି।

ଏନେଇ କୋମନା ଥାନାରେ ଲିଖିତ ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story