ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନାଁରେ ଥାନାରେ ଏତଲା

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନାଁରେ ସୋରଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି। ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ବେଳେ ସେ କୋଭିଡ୍‌ ନିୟମ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗରେ ହୋଇଛି। ସେ ଶାସକ ଦଳର ବିଧାୟକ ହୋଇଥିବାରୁ ପ୍ରଶାସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ବିଜେପି ଅଭିଯୋଗ କରିଛି। ସୋମବାର ଥିଲା ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ। ସେଥିପାଇଁ ବିଧାୟକ ଶ୍ରୀ […]

Surada

Surada

Manoranjan Sial
  • Published: Tuesday, 27 July 2021
  • Updated: 27 July 2021, 05:39 PM IST

Sports

Latest News

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନାଁରେ ସୋରଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି। ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ବେଳେ ସେ କୋଭିଡ୍‌ ନିୟମ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗରେ ହୋଇଛି। ସେ ଶାସକ ଦଳର ବିଧାୟକ ହୋଇଥିବାରୁ ପ୍ରଶାସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ବିଜେପି ଅଭିଯୋଗ କରିଛି।

[caption id="attachment_662251" align="aligncenter" width="650"]bjd କୋଭିଡ୍‌ ଗାଇଡ୍‌ଲାଇନ୍‌ର ଧଜିଆ ଉଡାଇଲେ ବିଧାୟକ[/caption]

ସୋମବାର ଥିଲା ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ। ସେଥିପାଇଁ ବିଧାୟକ ଶ୍ରୀ ସ୍ୱାଇଁ ନିଜ ଗାଁ ଅମୃତୁଲୁରେ ହଜାର ହଜାର ଲୋକଙ୍କୁ ନେଇ ମେଗା ରକ୍ତ ଦାନ ଶିବିର ଆୟୋଜନ କରିଥିଲେ। ଏଥିସହ ସ୍ମୃତି ମଣ୍ଡପ ମଧ୍ୟ ଲୋକାର୍ପିତ ହୋଇଥିଲା। ପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ନିଜ ନିର୍ବାଚନମଣ୍ଡଳୀର ହଜାର ହଜାର ଲୋକ ଏଥିରେ ସାମିଲ୍‌ ହୋଇଥିଲେ। ଏଥିରେ କୋଭିଡ୍‌ ନିୟମକୁ ଜଳାଞ୍ଜଳି ଦିଆଯାଇଥିଲା। ସାମାଜିକ ଦୂରତାର ଧଜିଆ ଉଡିଥିଲା। ବିନା ସାମାଜିକ ଦୂରତାରେ ଲୋକମାନେ ଏକାଠି ବସି ପ୍ରସାଦ ଖାଉଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ବିଧାୟକଙ୍କ ଏପରି କାର୍ଯ୍ୟକୁ ବିଜେପି ନିନ୍ଦା କରିଛି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଆଜି ବିଜେପି ପକ୍ଷରୁ ସୋରଡ଼ା ଥାନାରେ ଏତଲା ଦିଆଯାଇଛି।

ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି-“ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ନିଜ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଆୟୋଜନ କରିଥିଲେ। ଏଥିରେ ୧୦ ହଜାରରୁ ଅଧିକ ଲୋକ ସମବେତ ହୋଇଥିଲେ। ଭୋଜି ଭାତ ଆୟୋଜନ କରାଯାଇଥିଲା। ବିଧାୟକ ଏପରି କାର୍ଯ୍ୟ ଆୟୋଜନ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ସେଥିପାଇଁ ତାଙ୍କ ନାଁରେ ଆଜି ଥାନାରେ ଏତଲା ଦେଇଛୁ।”

ସେ କହିଛନ୍ତି-“ରାଜ୍ୟ ସରକାର କରିଥିବା କୋଭିଡ୍‌ ନିୟମ କଣ କେବଳ ଗରିବ ଓ ଖଟିକିଆଙ୍କ ପାଇଁ? ଏହି ନିୟମ କଣ ବିଜେଡି ବିଧାୟକଙ୍କ ପାଇଁ ନୁହେଁ? ନା ବିଧାୟକ ଜାଣିଶୁଣି ଏପରି କୋଭିଡ୍‌ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos