ପିଲାଚୋର ମାଙ୍କଡ଼ ନାଁରେ ଥାନାରେ ଏତଲା ଦେଲେ ବାପା ମା’

କଟକ:  “…ଆମ୍ଭେ ସ୍ୱାମୀ, ସ୍ତ୍ରୀ ଓ ମୋ ପୁଅ ଯିଏକି ୧୫ ଦିନର ଶିଶୁ, ଆମ୍ଭ କୋଳରେ ଶୋଇଥିଲା। ଆଜି ତା ୩୧/୦୩/୨୦୧୮ରିଖ ସକାଳୁ ଘ.୫.୪୫ ମିନିଟ୍‌ରେ ମୋ ସ୍ତ୍ରୀ ମୁହଁ ଧୋଇବାକୁ ବାଡ଼ି ପଟକୁ ଯାଇ ଫେରିବା ସମୟରେ ହଠାତ୍‌ ଦେଖିଲେ ଏକ ପାତି ମାଙ୍କଡ଼ ମାସାରି ଭିତରୁ ମୋ ଶିଶୁ ପୁତ୍ରକୁ ନେଇ ଚାଲିଯାଉଛି।… “ ଆପଣ ଭାବୁଥିବେ ଏହା କୌଣସି ଯାତ୍ରା କିମ୍ବା ନାଟକର ସଂଳାପ ହୋଇଥିବ। କିନ୍ତୁ ସେମିତି କିଛି ନୁହେଁ। […]

monkey-1

Rakesh Mallick
  • Published: Saturday, 31 March 2018
  • , Updated: 31 March 2018, 10:07 PM IST

କଟକ:  "...ଆମ୍ଭେ ସ୍ୱାମୀ, ସ୍ତ୍ରୀ ଓ ମୋ ପୁଅ ଯିଏକି ୧୫ ଦିନର ଶିଶୁ, ଆମ୍ଭ କୋଳରେ ଶୋଇଥିଲା। ଆଜି ତା ୩୧/୦୩/୨୦୧୮ରିଖ ସକାଳୁ ଘ.୫.୪୫ ମିନିଟ୍‌ରେ ମୋ ସ୍ତ୍ରୀ ମୁହଁ ଧୋଇବାକୁ ବାଡ଼ି ପଟକୁ ଯାଇ ଫେରିବା ସମୟରେ ହଠାତ୍‌ ଦେଖିଲେ ଏକ ପାତି ମାଙ୍କଡ଼ ମାସାରି ଭିତରୁ ମୋ ଶିଶୁ ପୁତ୍ରକୁ ନେଇ ଚାଲିଯାଉଛି।... " ଆପଣ ଭାବୁଥିବେ ଏହା କୌଣସି ଯାତ୍ରା କିମ୍ବା ନାଟକର ସଂଳାପ ହୋଇଥିବକିନ୍ତୁ ସେମିତି କିଛି ନୁହେଁ। ଏହା ହେଉଛି ଏକ ଦମ୍ପତ୍ତିଙ୍କର ପୁଅ ଚୋରି ହୋଇଯିବା ପରେ ଥାନାରେ ଦିଆଯାଥିବା ଏତଲାର ନକଲ

ଶୋଇଥିବା ଘରୁ ୧୫ ଦିନର କଁଅଳା ଶିଶୁ ପୁତ୍ରକୁ ଟେକିନେଇଛି ପାତି ମାଙ୍କଡ଼।  ଖୋଜି ଖୋଜି ନୟାନ୍ତ ହେଲେଣି ଗାଁ ଲୋକେ ଓ ବନବିଭାଗ, କିନ୍ତୁ ମାଙ୍କଡ଼ର ପତ୍ତା ମିଳୁନି। ଏପଟେ କଁଅଳ ପିଲାକୁ ଝୁରି ଝୁରି କତରା ଧରିଲାଣି ମା।' ଯିଏ ଯାହା କହୁଛନ୍ତି ସବୁ ମାନୁଛନ୍ତି କେତେବେଳେ ହନୁମାନ ମନ୍ଦିରରେ ଅଧିଆ ପଡ଼ୁଛନ୍ତି ତ ଆଉ କେତେବେଳେ ଛୁଆକୁ ଖୋଜି ଆଣିବାକୁ କାଳିସୀ ପାଖରେ ନେହୁରା ହେଉଛନ୍ତି। ବାଙ୍କୀ ଥାନା ତାଳବସ୍ତ ଗାଁର ଏ ଅଭାବନୀୟ ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି।

ବନ ବିଭାଗ, ଗାଁଲୋକେ ସମସ୍ତେ ପିଲାଚୋର ମାଙ୍କଡ଼କୁ ଖୋଜି ଖୋଜି ହାଲିଆ ହେବା ପରେ ଶେଷରେ ଆଜି ଆଇନ୍‌ର ସାହାରା ନେଇଛନ୍ତି ପିଲାର ବାପା ଓ ମା'। ଘଟଣା ଘଟିବାର ୧୨ରୁ ୧୫ ଘଣ୍ଟା ବିତିଯିବା ପରେ ମାଙ୍କଡ଼ ନାଁରେ ବାଙ୍କୀ ଥାନାରେ ଏତଲା ଦେଇଛନ୍ତି। ସରକାରୀ ବ୍ୟବସ୍ଥା ଅବଲମ୍ବନ କରି ପିଲାକୁ ଖୋଜିଆଣିବାକୁ ସେମାନେ ଅନୁରୋଧ କରିଛନ୍ତି।

Related story