ନବ ଦାସ ଝିଅଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାଦରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କ ନାଁରେ ମାମଲା ରୁଜୁ। ଝାରସୁଗୁଡ଼ା ଟାଉନ୍ ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି। ପୌର ଅଧିକାରୀ ତଥା କୋଭିଡ୍ ୧୯ ମାଜିଷ୍ଟ୍ରେଟଙ୍କ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି। ଦିପାଳୀ ଦାସ ସମେତ ଘଟଣା ଦିନ ଉପସ୍ଥିତ ଅନ୍ୟମାନଙ୍କ ନାଁରେ ବି ମାମଲା ହୋଇଛି। କୋଭିଡ୍ ଗାଇଡ୍‌ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଗତ ୨୨ […]

p-909

Tapas Behera
  • Published: Sunday, 28 June 2020
  • , Updated: 28 June 2020, 09:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାଦରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କ ନାଁରେ ମାମଲା ରୁଜୁ।
ଝାରସୁଗୁଡ଼ା ଟାଉନ୍ ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି। ପୌର ଅଧିକାରୀ ତଥା କୋଭିଡ୍ ୧୯ ମାଜିଷ୍ଟ୍ରେଟଙ୍କ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି। ଦିପାଳୀ ଦାସ ସମେତ ଘଟଣା ଦିନ ଉପସ୍ଥିତ ଅନ୍ୟମାନଙ୍କ ନାଁରେ ବି ମାମଲା ହୋଇଛି। କୋଭିଡ୍ ଗାଇଡ୍‌ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଗତ ୨୨ ତାରିଖରେ ଡିଆରଡିଏ କକ୍ଷରେ କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା। ସେଠାରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଙ୍ଘନ ଅଭିଯୋଗ ହୋଇଥିଲା। ଏନେଇ ଝାରସୁଗୁଡ଼ା ଏସ୍‌ପି ରାହୁଲ ପି. ଆର ସୂଚନା ଦେଇଛନ୍ତି।

କୁହାଯାଉଛି ଝାରସୁଗୁଡ଼ା ରାଜନୀତି‌ରେ ଏବେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ। । ବୈଠକ ଓ ସଭାରେ ନବ ନିଜେ ଉପସ୍ଥିତ ରହିବା କଥା ସେଥିରେ ତାଙ୍କ ପ୍ରତିନିଧି ଭାବେ ଦୀପାଳି ବସୁଛନ୍ତି ଓ ପ୍ରତ୍ୟକ୍ଷ ଅଂଶଗ୍ରହଣ କରୁଛନ୍ତି।

ତେବେ ପୂର୍ବରୁ ତଥା ଗତ ଡିସେମ୍ବର ମାସରେ ହୀରାକୁଦର ନିଷିଦ୍ଧାଞ୍ଚଳରେ ୩ଜଣ ଓଲିଉଡ୍ ଅଭିନେତ୍ରୀଙ୍କ ସମେତ ଦୀପାଳି ବୁଲୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏନେଇ ମାମଲା ମଧ୍ୟ ହୋଇଥିଲା।

Related story