ରାଉରକେଲାରେ ଫୁଟିଲା ଗୁଳି: ଗୁରୁତର ଅବସ୍ଥାରେ ଜଣେ ଆଇଜିଏଚ୍‌ରେ ଭର୍ତ୍ତି

ରାଉରକେଲା: ରାଉରକେଲା ବିଶ୍ରା ଥାନା ମିଟ୍ କୁନ୍ଦୁରୀରେ ଘଟିଛି ଗୁଳିକାଣ୍ଡ। ଜଗଦା ଅଞ୍ଚଳର ଦିନେଶ ମୁଣ୍ଡାରୀ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ। ଜଣେ ସମ୍ପର୍କୀୟଙ୍କ ଘରକୁ ଦିନେଶ ବାଇକ୍‌ରେ ଯାଉଥିବାବେଳେ ୨ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ଦିନେଶଙ୍କ ଛାତିରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ଆଇଜିଏଚ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଛି। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡର କାରଣସ୍ପଷ୍ଟ ହୋଇନାହିଁ।

firing

Rakesh Mallick
  • Published: Sunday, 11 June 2017
  • , Updated: 11 June 2017, 10:59 PM IST

ରାଉରକେଲା: ରାଉରକେଲା ବିଶ୍ରା ଥାନା ମିଟ୍ କୁନ୍ଦୁରୀରେ ଘଟିଛି ଗୁଳିକାଣ୍ଡ। ଜଗଦା ଅଞ୍ଚଳର ଦିନେଶ ମୁଣ୍ଡାରୀ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ। ଜଣେ ସମ୍ପର୍କୀୟଙ୍କ ଘରକୁ ଦିନେଶ ବାଇକ୍‌ରେ ଯାଉଥିବାବେଳେ ୨ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି।

ଦିନେଶଙ୍କ ଛାତିରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ଆଇଜିଏଚ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଛି।

ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଗୁଳିକାଣ୍ଡର କାରଣସ୍ପଷ୍ଟ ହୋଇନାହିଁ।

Related story