ବାଙ୍କୀ(ସଞ୍ଜୀପ ନାୟକ): ଜଳିଗଲା ବାଇକ୍ ଶୋ' ରୁମ୍। ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ବାଇକ୍। ବାଙ୍କୀ ବଜାର ସ୍ଥିତ ଥିବା ଏକ ଅନ୍ନପୂର୍ଣ୍ଣା ମୋଟର୍ସ ୟାମା ବାଇକ୍ ଶୋ'ରୁମ୍ରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ରଶୋ'ରୁମ୍ରେ ଥିବା ବାଇକ୍ ସମେତ ସମସ୍ତ କମ୍ପ୍ୟୁଟର ଓ ଆସବାବପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଛି।
ସୂଚନା ମୁତାବକ, ଗତ ବିଳମ୍ବିତ ରାତିରେ ଶୋ'ରୁମ୍ରେ କର୍ମଚାରୀ ଓ ମାଲିକ ସବୁଦିନ ଭଳି ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ଏହାପରେ ଶୋ'ରୁମ୍ରେ ନିଆଁ ଲାଗିଯାଇଥିଲା। ତେବେ ଏହି ଅନ୍ନପୂର୍ଣ୍ଣା ମୋଟର୍ସର ବାଇକ୍ ଶୋ'ରୁମ୍ରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଇଛି।
ପୁଲିସ ଖବର ପାଇ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମନ୍ଦିର ଓ ଜନଗଳିପୂର୍ଣ୍ଣ ରାସ୍ତା କଡରେ ଥିବା ଏହି ବାଇକ୍ ଶୋ'ରୁମ୍ରେ କିଭଳି ଅଗ୍ନିକାଣ୍ଡ ଘଟିଲା ତା'ର କାରଣ ଅସ୍ପଷ୍ଟ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକା ପୋଡ଼ି ମାମଲାରେ ଦମ୍ପତିଙ୍କ ସମେତ ୩ ଦଣ୍ଡିତ
୨୦୧୭ ମାର୍ଚ୍ଚ ୨୬ ତାରିଖରେ ୩ ଅଭିଯୁକ୍ତ ଯଥା ଚକ୍ରଧର ନାୟକ, ତାଙ୍କ ପତ୍ନୀ ଅନିମା ଓ କେୟାରଟେକର ଚିନ୍ତାମଣି ନାବାଳିକାଙ୍କୁ ଘରେ ପୂରାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା।
Miscellaneous
ରାଜ୍ୟରେ ୫ ମାସରେ ୪୦ ହାତୀଙ୍କ ମୃତ୍ୟୁ ହୋଇଛି
ଗତ ତିନି ବର୍ଷରେ ୬୬୮ ଜଣଙ୍କୁ ମାରିଛି ହାତୀ, ୫ ବର୍ଷରେ ୨୨ ଜଣଙ୍କୁ ଖାଇଲାଣି କୁମ୍ଭୀର। ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
Miscellaneous
ଅତିରିକ୍ତ ବଜେଟରେ ୧୨ ହଜାର ୧୫୬ କୋଟି ଟଙ୍କା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି ବ୍ୟବସ୍ଥା ଓ ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
Crime
ରାସ୍ତାରୁ ଟଙ୍କା ଆଦାୟ କରୁଥିଲେ! ARTO ଓ ଜୁନିୟର MVI ଗିରଫ
ଗିରିଶୋଳା ଗେଟ୍ରୁ ଧରାପଡ଼ିଥିବା ୩ ଦଲାଲଙ୍କୁ ପୁଲିସ୍ ଦୀର୍ଘ ସମୟ ଧରି ଜେରା କରିଥିଲା। ହେଲେ ସେମାନେ ବେଶୀ ସମୟ ଧରି ମିଛକୁ ଚାପି ରଖିପାରିନଥିଲେ। ଭୟରେ ସବୁ କଥା କହି ପକାଇଥିଲେ।
Miscellaneous
ମାର୍ଚ୍ଚ ୭ 'ସୁଭଦ୍ରା' ଆବେଦନର ଶେଷ ତାରିଖ
ମାର୍ଚ୍ଚ ୮ ମହିଳା ଦିବସରେ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ। ବଣ୍ଡାଘାଟିରେ ହିତାଧିକାରୀଙ୍କ ପାଖକୁ ଯାଇ ସମସ୍ୟା ଦୂର କରିବେ ବିଭାଗୀୟ ଅଧିକାରୀ।