ସିଆରପିଏଫ୍‌ର ଚତୁର୍ଥ ବାଟାଲିୟନ୍‌ ଗୋଦାମରେ ନିଆଁ

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ରାୟଗଡ଼ା ସ୍ଥିତ ସିଆରପିଏଫ୍‌ର ଚତୁର୍ଥ ବାଟାଲିୟନ୍‌ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ବାଟାଲିୟନ୍‌ର  ବି କ୍ୟୁ ଓ ସି କ୍ୟୁ ଷ୍ଟୋରରେ ନିଆଁ ଲାଗିଯାଇଥିଲା। ଫଳରେ ଯବାନମାନଙ୍କ ବ୍ୟବହୃତ ସାମଗ୍ରୀ ପୋଡ଼ି ଯାଇଛି।  ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି।

କେଉଁ କାରଣରୁ ଅଗ୍ନିକାଣ୍ଡର ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।