ମାର୍କେଟ୍‌ କମ୍ପ୍ଲେକ୍ସରେ ଲାଗିଗଲା ନିଆଁ

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ରୋଷଛକ ସ୍ଥିତ ସ୍ୱାଇଁ ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ୱିତ ରାତିରେ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା ଚିନ୍ତାମଣି ବାରିକଙ୍କ ସେଲୁନ୍‌ରେ ପ୍ରଥମେ ନିଆଁ ଲାଗିଥିଲା। ପରେ ନିଆଁ ଆଉ ତିନିଟି ଦୋକାନକୁ ବ୍ୟାପୀ ଯାଇଥିଲା। ଚିନ୍ତାମଣି ବାରିକଙ୍କ ସେଲୁନ୍‌ ସହିତ ପାଖରେ ଥିବା ଷ୍ଟେସ୍‌ନାରୀ, ଲେଡିଜ୍‌କର୍ଣ୍ଣର ଓ ମିଠା ଦୋକାନରେ ନିଆଁ ଲାଗି ଯାଇଥିଲା। ଷ୍ଟେସ୍‌ନାରୀ ଓ ଲେଡିଜ୍‌କର୍ଣ୍ଣର […]

shop

Jitendra Garnayak
  • Published: Friday, 14 December 2018
  • , Updated: 14 December 2018, 09:27 AM IST

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ରୋଷଛକ ସ୍ଥିତ ସ୍ୱାଇଁ ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି।

ଗତକାଲି ବିଳମ୍ୱିତ ରାତିରେ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା ଚିନ୍ତାମଣି ବାରିକଙ୍କ ସେଲୁନ୍‌ରେ ପ୍ରଥମେ ନିଆଁ ଲାଗିଥିଲା। ପରେ ନିଆଁ ଆଉ ତିନିଟି ଦୋକାନକୁ ବ୍ୟାପୀ ଯାଇଥିଲା।

ଚିନ୍ତାମଣି ବାରିକଙ୍କ ସେଲୁନ୍‌ ସହିତ ପାଖରେ ଥିବା ଷ୍ଟେସ୍‌ନାରୀ, ଲେଡିଜ୍‌କର୍ଣ୍ଣର ଓ ମିଠା ଦୋକାନରେ ନିଆଁ ଲାଗି ଯାଇଥିଲା। ଷ୍ଟେସ୍‌ନାରୀ ଓ ଲେଡିଜ୍‌କର୍ଣ୍ଣର ଦୋକାନ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।

ଖବର ପାଇ ସୋର ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ସର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

Related story