କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଗ୍ନିକାଣ୍ଡ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ଅଗ୍ନିକାଣ୍ଡ ଘଟିଛି। ହସ୍‌ପିଟାଲ୍‌ର ସର୍ଜରୀ ବିଭାଗରେ ନିଆଁ ଲାଗି ଯାଇଛି। ତେବେ ଏଥିରେ କୌଣସି ରୋଗୀ ଅବା ଆଉ କେହି ଆହତ ହୋଇ ନାହାନ୍ତି। ନିଆଁ ଲାଗିବା ପରେ ସର୍ଜରୀ ୱାର୍ଡରେ ଥିବା ୪୦ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନାରେ ଉପସ୍ଥିତ ଲୋକମାନେ ରୋଗୀଙ୍କୁ ସୁରକ୍ଷିତ ଭାବେ ସର୍ଜରୀ ୱାର୍ଡରୁ ବାହାର କରିଥିଲେ। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। […]

hospital

hospital

Jitendra Garnayak
  • Published: Thursday, 24 January 2019
  • Updated: 24 January 2019, 11:48 AM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ଅଗ୍ନିକାଣ୍ଡ ଘଟିଛି। ହସ୍‌ପିଟାଲ୍‌ର ସର୍ଜରୀ ବିଭାଗରେ ନିଆଁ ଲାଗି ଯାଇଛି। ତେବେ ଏଥିରେ କୌଣସି ରୋଗୀ ଅବା ଆଉ କେହି ଆହତ ହୋଇ ନାହାନ୍ତି। ନିଆଁ ଲାଗିବା ପରେ ସର୍ଜରୀ ୱାର୍ଡରେ ଥିବା ୪୦ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନାରେ ଉପସ୍ଥିତ ଲୋକମାନେ ରୋଗୀଙ୍କୁ ସୁରକ୍ଷିତ ଭାବେ ସର୍ଜରୀ ୱାର୍ଡରୁ ବାହାର କରିଥିଲେ।

ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ଶର୍ଟ-ସର୍କିଟ୍ ଯୋଗୁ ନିଆଁ ଲାଗିଥିବା କୁହାଯାଉଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos