ଯୁକ୍ତ ଦୁଇ ଖାତା ଦେଖା ବେଳେ ଅଗ୍ନିକାଣ୍ଡ

ଖୋର୍ଦ୍ଧା (ବଳରାମ ଲେଙ୍କା): ଯୁକ୍ତ ଦୁଇ ଖାତା ଦେଖା ବେଳେ ଅଗ୍ନିକାଣ୍ଡ। ଏ ଘଟଣା ଘଟିଛି ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ କଲେଜରେ। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ବୋଲି ଜଣାପଡ଼ିଛି। ତେବେ ବିଶେଷ କିଛି କ୍ଷତି ଘଟିବା ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ କଲେଜ କର୍ମଚାରୀମାନେ ମେନ୍ ସୁଇଚ୍ ଅଫ୍ କରି ସାରିଥିଲେ। ଏ ନେଇ କଲେଜର ଉପାଧ୍ୟକ୍ଷ ମନୋରଞ୍ଜନ […]

fire

Jitendra Garnayak
  • Published: Thursday, 11 April 2019
  • , Updated: 11 April 2019, 11:53 AM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଯୁକ୍ତ ଦୁଇ ଖାତା ଦେଖା ବେଳେ ଅଗ୍ନିକାଣ୍ଡ। ଏ ଘଟଣା ଘଟିଛି ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ କଲେଜରେ। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।

ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ବୋଲି ଜଣାପଡ଼ିଛି। ତେବେ ବିଶେଷ କିଛି କ୍ଷତି ଘଟିବା ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ କଲେଜ କର୍ମଚାରୀମାନେ ମେନ୍ ସୁଇଚ୍ ଅଫ୍ କରି ସାରିଥିଲେ।

[caption id="attachment_366858" align="aligncenter" width="750"] ଏହି ସ୍ଥାନରେ ଲାଗିଥିଲା ନିଆଁ[/caption]

ଏ ନେଇ କଲେଜର ଉପାଧ୍ୟକ୍ଷ ମନୋରଞ୍ଜନ ସେନାପତି କହିଛନ୍ତି,“ଏଥିରେ କିଛି କ୍ଷୟକ୍ଷତି ହୋଇନି। ମୈତ୍ରୀ ଭବନରେ ଖାତାଦେଖା ଚାଲିଥିବା ବେଳେ ସେଠାରେ ନିଆଁ ଲାଗିଥିବା ନେଇ ମୋତେ ସୂଚନା ଦିଆଯାଇଥିଲା। ତେବେ ମୁଁ ସେଠାରେ ପହଞ୍ଚିଲା ବେଳକୁ ନିଆଁ ନ ଥିଲା, କେବଳ ଧୂଆଁ ବାହାରୁ ଥିଲା। ଧୂଆଁ ଦେଖି ସମସ୍ତଙ୍କୁ ବାହାରକୁ ଚାଲି ଯିବାକୁ କହିଥିଲି। ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀଙ୍କୁ ମଧ୍ୟ ଖବର ଦିଆଯାଇଥିଲା। ଏବେ ଆଉ କିଛି ଅସୁବିଧା ନାହିଁ ବୋଲି ସେମାନେ କହିଛନ୍ତି।”

ଆସିଷ୍ଟାଣ୍ଟ ଫାୟାର ଅଫିସର୍‌ ଶରତ ଚନ୍ଦ୍ର ମଲ୍ଲିକ କହିଛନ୍ତି, ସୁଇଚ୍ ଗିୟରରୁ ପ୍ରଥମେ ନିଆଁ ବାହାରିଥିଲା ଓ କେବୁଲ୍‌ରେ ଲାଗି ଯାଇଥିଲା। ତେବେ ବିଶେଷ କିଛି କ୍ଷୟକ୍ଷତି ହୋଇନି। କେବଳ ବିଦ୍ୟୁତ୍ ତାର ପୋଡ଼ି ଯାଇଛି। ଏବେ ଆଉ କିଛି ବିପଦ ନାହିଁ।

Related story