କଟକ ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ: ଜଳିଗଲା ପାଥୋଲୋଜି ବିଭାଗର ଦୁଇଟି ରୁମ୍‌

କଟକ (ପ୍ରଭାତ ବିଷୋୟୀ): କଟକ ବଡ଼ ଡାକ୍ତରଖାନାରେ ଲାଗି ଯାଇଛି ନିଆଁ। ଡାକ୍ତରଖାନାରେ ପାଥୋଲୋଜି ବିଭାଗର ଦୁଇଟି ରୁମ୍‌ରେ ନିଆଁ ଲାଗି ଯାଇଛି। ଏଥିରେ ବିପୁଳ ପରିମାଣରେ କ୍ଷତି ହୋଇଛି। ଆସବାବପତ୍ର ସହିତ ଅନେକ ଯନ୍ତ୍ରାଂଶ ଏଥିରେ ପୋଡ଼ି ପାଉଁଶ ହୋଇଯାଇଛି। ଏସି ଆଦି ମଧ୍ୟ ପୋଡ଼ି ଯାଇଛି। ଆଜି ସକାଳେ ଡିପାର୍ଟମେଣ୍ଟ ଖୋଲିବା ପରେ ହିଁ ଏହି ଘଟଣା ସଂପର୍କରେ ଜଣାପଡ଼ିଥିଲା। ରାତିରୁ ଏଠାରେ ନିଆଁ ଲାଗି ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି। ସର୍ଟ […]

pathology

Jitendra Garnayak
  • Published: Friday, 08 March 2019
  • , Updated: 08 March 2019, 01:52 PM IST

କଟକ (ପ୍ରଭାତ ବିଷୋୟୀ): କଟକ ବଡ଼ ଡାକ୍ତରଖାନାରେ ଲାଗି ଯାଇଛି ନିଆଁ। ଡାକ୍ତରଖାନାରେ ପାଥୋଲୋଜି ବିଭାଗର ଦୁଇଟି ରୁମ୍‌ରେ ନିଆଁ ଲାଗି ଯାଇଛି। ଏଥିରେ ବିପୁଳ ପରିମାଣରେ କ୍ଷତି ହୋଇଛି। ଆସବାବପତ୍ର ସହିତ ଅନେକ ଯନ୍ତ୍ରାଂଶ ଏଥିରେ ପୋଡ଼ି ପାଉଁଶ ହୋଇଯାଇଛି। ଏସି ଆଦି ମଧ୍ୟ ପୋଡ଼ି ଯାଇଛି।

ଆଜି ସକାଳେ ଡିପାର୍ଟମେଣ୍ଟ ଖୋଲିବା ପରେ ହିଁ ଏହି ଘଟଣା ସଂପର୍କରେ ଜଣାପଡ଼ିଥିଲା। ରାତିରୁ ଏଠାରେ ନିଆଁ ଲାଗି ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି।

ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସାଧାରଣତଃ ପାଥୋଲୋଜି ବିଭାଗର ଏହି ରୁମ୍‌ଗୁଡ଼ିକ ରାତିରେ ବନ୍ଦ ରହିଥାଏ। ତେବେ ନିଆଁ ଲାଗିବା ସତ୍ତ୍ୱେ କେହି କେମିତି ଜାଣିପାରିଲେ ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତଦନ୍ତ ପରେ ହିଁ କେମିତି ନିଆଁ ଲାଗିଲା ଓ କେତେ କ୍ଷୟକ୍ଷତି ହୋଇଛି, ତାହା ଜଣାପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି।

 

Related story