ଭଦ୍ରକ(ଓଡ଼ିଶା ରିପୋର୍ଟର): ଅଗ୍ନିକାଣ୍ଡରେ ଜଳିଗଲେ ଚତୁର୍ଦ୍ଧା ମୂର୍ତ୍ତି । ହେଲେ ବର୍ତ୍ତିଗଲା ଠାକୁରଙ୍କ ଭାଗବତ ଗାଦି । ଏଭଳି ଘଟଣା ଘଟିଲା ପରେ ଗାଁରେ ସମ୍ପୂର୍ଣ୍ଣ ଭାବେ ରନ୍ଧାବଢ଼ା ବନ୍ଦ ରହିଛି । ତିହିଡି ଥାନା ପାଳିଆ ବିନ୍ଧା ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ ଭଦ୍ରକର ପାଳିଆବିନ୍ଧାରେ ଶ୍ରୀ ଜଗନ୍ନାଥ ଜୀଉ ଗୋଷ୍ଠୀ କେନ୍ଦ୍ର ରହିଛି। ଏହି ପୀଠରେ ଭାଗବତ ପାଠ କରାଯାଏ ।
ଏଠାରେ ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରାଙ୍କ ସହ ସୁଦର୍ଶନ ମଧ୍ୟ ପୂଜା ପାଆନ୍ତି । ତେବେ ଗତକାଲି ରାତିରେ କୌଣସି କାରଣରୁ ଚତୁର୍ଦ୍ଧା ମୂର୍ତ୍ତି ଜଳି ଯାଉଥିବା ଗାଁ ଲୋକ ଦେଖି ହତବାକ ହୋଇଯାଇଥିଲେ । ପରେ ଗାଁ ଲୋକ ମିଶି ନିଆଁ ଲିଭାଇଦେଇଥିଲେ। ତେବେ ଅଗ୍ନିକାଣ୍ଡରୁ ଭାଗବତ ଗାଦି ବର୍ତ୍ତି ଯାଇଛି। ତେବେ ନିଜର ଭାବର ଠାକୁର ଜଳି ଯାଇଥିବାରୁ ଗାଁ ଲୋକେ ମର୍ମାହତ ହୋଇପଡ଼ିଛନ୍ତି। ଗ୍ରାମବାସୀ ସମ୍ପୂର୍ଣ୍ଣ ଭାବେ ମ୍ରିୟମାଣ ହେବା ସହ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏହି ଘଟଣା ଘଟିବା ପରେ ଗାଁରେ ସମ୍ପୂର୍ଣ୍ଣ ଭାବେ ରନ୍ଧା ବଢ଼ା ବନ୍ଦ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।
Crime
୮ ବର୍ଷ ତଳେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି; ପୁଣି ଲାଞ୍ଚ ନେଇ ବନ୍ଧା ହେଲେ
ଲାଞ୍ଚ ନେଇ ଧରାପଡ଼ିବା ପରେ ଏଆରଆଇ ଶ୍ରୀ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
ମିଛ ଚିଠି ଦେଖାଇଥିଲେ, ଭାଙ୍ଗିପାରେ ବୈକୁଣ୍ଠଧାମ ଆଶ୍ରମ
ଭୁବନେଶ୍ୱର ଘାଟିକିଆ ମୌଜାର ଖାତା ନଂ 2333ର ପ୍ଲଟ ନଂ 1215 ଉପରେଥିବା ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ହୋଇଛି। ଏହା ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଗତ ନଭେମ୍ବର ମାସ 21 ତାରିଖରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରୀ କରିଥିଲେ।
Miscellaneous
ରୁଷରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଛନ୍ତି ବିକେ ସୁଧାରାଣୀ; ସମ୍ମାନିତ କଲେ ରାଷ୍ଟ୍ରପତି
ପ୍ରଧାନମନ୍ତ୍ରୀଙ୍କ ଟାକ୍ସ ‘ପରବର୍ତ୍ତୀ ସମୟରେ ଆଉ ୫ ଜଣଙ୍କୁ ସାଥୀରେ ଆଣିବାକୁ’ ନେଇ ବିକେ ସୁଧାରାଣୀ ଗୁପ୍ତା କହିଛନ୍ତି, ନିଶ୍ଚିତ ଭାବେ ପରବର୍ତ୍ତୀ ପ୍ରବାସୀ ଭାରତୀୟ ଦିବସରେ ଆମେ ଆଉ ୫ ଜଣଙ୍କୁ ସାଥୀରେ ଧରି ଆସିବୁ।
Miscellaneous
ଓଡ଼ିଆ ଝିଅ, ଇଂଲଣ୍ଡରେ ଗଢିଛନ୍ତି ଜଗନ୍ନାଥ ମନ୍ଦିର
୨୦୨୧ ମସିହାରେ ମହାପ୍ରଭୁଙ୍କ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛୁ। ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ପୂଜା ନୀତି ସମ୍ପନ୍ନ ହେଉଛି। ଦୂର ଦୂରାନ୍ତ ଶ୍ରାଦ୍ଧାଳୁମାନେ ଆସୁଛନ୍ତି। ପ୍ରତିଦିନ ମହାପ୍ରସାଦ ଓ ଛପନ ଭୋଗ ପ୍ରସ୍ତୁତ ହେଉଛି।