ଦୋକାନରେ ଲଗିଗଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ବୀରମିତ୍ରପୁର(ଓଡ଼ିଶା ରିପୋର୍ଟର):ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥ କଡରେ ଥିବା ଏକ ପାନ ଓ କେକ୍ ଦୋକାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଫଳରେ ଦୋକାନର ସମସ୍ତ ଖାଦ୍ୟ ସମାଗ୍ରୀ ଓ ଆସବାବପତ୍ର ଜଳି ପାଉଁଶ ହୋଇଯାଇ ଥିଲା। ଖବର ପାଇ ଅଗ୍ନିସମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।  ପୋଡ଼ି ଯାଇଥିବା ସମସ୍ତ ସମାଗ୍ରୀ ଲକ୍ଷାଧିକ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଦୋକାନ ମାଲିକ କହିଛନ୍ତି l ସ୍ଥାନୀୟ […]

7bn-77

7bn-77

Tapas Behera
  • Published: Saturday, 14 November 2020
  • Updated: 14 November 2020, 04:44 PM IST

ବୀରମିତ୍ରପୁର(ଓଡ଼ିଶା ରିପୋର୍ଟର):ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥ କଡରେ ଥିବା ଏକ ପାନ ଓ କେକ୍ ଦୋକାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଫଳରେ ଦୋକାନର ସମସ୍ତ ଖାଦ୍ୟ ସମାଗ୍ରୀ ଓ ଆସବାବପତ୍ର ଜଳି ପାଉଁଶ ହୋଇଯାଇ ଥିଲା। ଖବର ପାଇ ଅଗ୍ନିସମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।  ପୋଡ଼ି ଯାଇଥିବା ସମସ୍ତ ସମାଗ୍ରୀ ଲକ୍ଷାଧିକ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଦୋକାନ ମାଲିକ କହିଛନ୍ତି l ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ କେହି ଅଜଣା ଦୁର୍ବୃତ ନିଆଁ ଲଗାଇ ଦେଇଥିବା ଆଶଙ୍କା କରାଯାଉଛି l ଏ ସମ୍ଭନ୍ଧରେ ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l ଏ ବାବଦରେ ଦୋକାନ ମାଲିକ ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରିଛନ୍ତି I

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos