ବୁଢ଼ାରାଜା ଜଙ୍ଗଲରେ ନିଆଁ

Ordigital Desk
  • Published: Sunday, 04 March 2018
  • , Updated: 04 March 2018, 06:50 PM IST
<p>ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ବୁଢ଼ାରାଜା ଜଙ୍ଗଲରେ ନିଆଁ। ଜଙ୍ଗଲରେ ନିଆଁ ଲାଗି ଶୁଖିଲା ପତ୍ର ଓ ଛୋଟ ଛୋଟ ଗଛ ଜଳି ଯାଇଛି। ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ କର୍ମଚାରୀ ଏବଂ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପାଣି ଏବଂ ଏୟାର ବ୍ଲୋୟର୍ ସାହାଯ୍ୟରେ ନିଆଁ ଲିଭା ଯାଇଥିଲା। ହେଲେ ପ୍ରବଳ ପବନ ହେଉଥିବାରୁ ଜଙ୍ଗଲର କେତେକ ଅଞ୍ଚଳକୁ ନିଆଁ ବହୁତ ଶୀଘ୍ର ବ୍ୟାପି ଯାଇଥିଲା।</p> <p>ଜଙ୍ଗଲରେ ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିବାବେଳେ କେହି ଜାଣିଶୁଣି ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ପ୍ରତିବର୍ଷ ବୁଢ଼ାରଜା ପାହାଡ଼ରେ ନିଆଁ ଲାଗୁଛି ଯେଉଁଥିପାଇଁ ଶୁଖିଲା ପତ୍ରରେ ନିଆଁ ଲାଗି ଛୋଟ ଛୋଟ ଗଛ ପୋଡ଼ି ଯାଉଥିବା ଅଭିଯୋଗ ହେଉଛି।</p>

Related story