ଜିଲ୍ଲାପାଳଙ୍କ ଅଫିସ୍‌ରେ ଲାଗିଗଲା ନିଆଁ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍‌ରେ ଆଜି ଅଗ୍ନିକାଣ୍ଡ ଘଟିଛି। ଏନ୍‌ଆଇସି ବିଭାଗର କନ୍‌ଫରେନ୍ସ ହଲ୍‌ରେ ଥିବା ଏସିରେ ନିଆଁ ଲାଗି ଯାଇଥିଲା। ଫଳରେ ଭୟରେ କର୍ମଚାରୀମାନେ ବାହାରକୁ ବାହାରି ଆସିଥିଲେ।

ଖବର ପାଇ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।