ଚାନ୍ଦବାଲି(ବାସୁଦେବ ଦାସ): ଗୋଦାମରେ ନିଆଁ ଲାଗି ଜଳିଗଲା ୧୫ ଶହରୁ ଅଧିକ ବସ୍ତା ଧାନ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜଣେ ଧାନ ବ୍ୟବସାୟୀଙ୍କ ଗୋଦାମରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟି ସବୁ ଧାନ ପୋଡ଼ି ଯାଇଛି। । ସହରର ଶାସ୍ତ୍ରୀଘାଟସ୍ଥିତ ଗୋଦାମରେ ନିଆଁ ଲାଗିଥିବା ବେଳେ ଗୋଦାମରେ ଥିବା ଶହ ଶହ ବସ୍ତା ଧାନ ପୋଡି ପାଉଁଶ ହୋଇଯାଇଛି ।
ଗତକାଲି ବିଳମ୍ବିତ ରାତିରେ ଶାସ୍ତ୍ରୀଘାଟରେ ଏମଡି.ଯାକୁବ ନାମକ ଜଣେ ବ୍ୟକ୍ତି ଧାନ କିଣି ଏକ ଗୋଦାମରେ ରଖିଥିଲେ । ହେଲେ ରାତି ପାହିବା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଛି ।
ମାଲିକଙ୍କ କହିବା ଅନୁଯାୟୀ , ଗୋଦାମରେ ୧୫ ଶହରୁ ଅଧିକ ବସ୍ତା ଧାନ ଥିଲା । ରାତି ପ୍ରାୟ ୧୧ଟା ପରେ ନିଆଁ ଲାଗିଥିଲା। ହେଲେ ଖବର ଦିଆଯିବାର ପ୍ରାୟ ଦେଢ ଘଣ୍ଟା ପରେ ଚାନ୍ଦବାଲି ଓ ରାଜକନିକା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ନିଆଁ ଅଣାୟତ୍ତ ହୋଇଯାଇଥିବା ବେଳେ ସେମାନେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଗୋଦାମରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ସୀମାରେ ଅଟକିଛି ଶହ ଶହ ଆଳୁ ବୋଝେଇ ଟ୍ରକ୍; ଛାଡ଼ୁନି ପଶ୍ଚିମବଙ୍ଗ ସରକାର
ବୁଧବାର ରାତିରୁ ଲକ୍ଷ୍ମଣନାଥ ଟୋଲ ଗେଟ୍ରୁ ୨୫ କିମି ଦୂରରେ ତଥା ବେଲଦାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି।
Accident
ଜଳିଗଲା ଧାନ ଗଦା, ୧୦ ଏକର ଜମିର ଧାନ ଫସଲ ଭସ୍ମ
ଗତକାଲି କିଛି ଦୁର୍ବୃତ୍ତମାନେ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ।
Miscellaneous
ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍; ଏଣିକି ମଣ୍ଡି ଜଗୁଛି ସିସିଟିଭି
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍କୁ ଉଦ୍ଘାଟନ କରିଛନ୍ତି। ମଣ୍ଡି ସଂପର୍କିତ ଅସୁବିଧା ନେଇ ଟୋଲ୍ ଫ୍ରି ନମ୍ବର ୧୯୬୭ରେ କଲ୍ କରିପାରିବେ ଚାଷୀ।
Accident
ଡମ୍ଫରକୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୩ ଆହତ
ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସଟି ରୋଗୀ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।
Accident
ଟ୍ରାକ୍ରେ ଦୌଡ଼ୁଥିଲା ଟ୍ରେନ୍, ତଳେ ଲାଗିଲା ନିଆଁ
କୋରାପୁଟ ଜିଲ୍ଲା ମାଛକୁଣ୍ଡ ଷ୍ଟେଶନ ନିକଟରେ ଗତକାଲି ବିଶାଖାପାଟଣା-କିରାଣ୍ଡୁଳକୁ ସଂଯୋଗ କରୁଥିବା କେକେ ରେଳପଥରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ମାଲବାହୀ ଟ୍ରେନ୍ର ପ୍ରାୟ ୮ଟି ବଗି କ୍ଷତିଗ୍ରସ୍ତ ହୋଇଛି।