ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଘରେ ଶୋଇଥିବା ବେଳେ ଲାଗିଲା ନିଆଁ । ହେଲେ ଭାଗ୍ୟବଶଃତ ଅଳ୍ପକେ ବର୍ତ୍ତିଲେ ଘର ଲୋକେ। ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଭୟାବହ ଅଗ୍ନିକାଣ୍ଡରୁ ରାଉରକେଲା ବାସନ୍ତୀ କଲୋନୀର ଏକ ପରିବାର ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
ଅଗ୍ନିକାଣ୍ଡରେ ଗୋଟିଏ କାର୍, ଦୁଇଟି ବାଇକ୍, ୩ଟି ସାଇକେଲ ସହ ଲକ୍ଷାଧିକ ଟଙ୍କାର ଘରର ଅନ୍ୟାନ୍ୟ ଆସବାବପତ୍ର ପୋଡି ପାଉଁଶ ହେଇଯାଇଛି। ଘରେ ସମସ୍ତେ ଶୋଇଥିବା ବେଳେ ଗ୍ୟାରେଜରେ ହଠାତ୍ ନିଆଁ ଲାଗି ଯାଇଥିଲା । ଘର ସାରା ଧୂଆଁ ଖେଳି ଯିବାରୁ ଅଣନିଶ୍ୱାସ ହୋଇ ପରିବାର ଲୋକେ ଉଠିଥିଲେ ।
ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କିପରି ନିଆଁ ଲାଗିଲା, ତାହାର କାରଣ ଅସ୍ପଷ୍ଟ ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଡମ୍ଫରକୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୩ ଆହତ
ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସଟି ରୋଗୀ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।
Accident
ଟ୍ରାକ୍ରେ ଦୌଡ଼ୁଥିଲା ଟ୍ରେନ୍, ତଳେ ଲାଗିଲା ନିଆଁ
କୋରାପୁଟ ଜିଲ୍ଲା ମାଛକୁଣ୍ଡ ଷ୍ଟେଶନ ନିକଟରେ ଗତକାଲି ବିଶାଖାପାଟଣା-କିରାଣ୍ଡୁଳକୁ ସଂଯୋଗ କରୁଥିବା କେକେ ରେଳପଥରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ମାଲବାହୀ ଟ୍ରେନ୍ର ପ୍ରାୟ ୮ଟି ବଗି କ୍ଷତିଗ୍ରସ୍ତ ହୋଇଛି।
Miscellaneous
କାଲି ଓଡ଼ିଶା ଆସୁଛନ୍ତି ମୋଦି, ରାଜଧାନୀରେ ଚେକିଂ କଡ଼ାକଡ଼ି
ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ ।
Politics
ପ୍ରଧାନମନ୍ତ୍ରୀ ମୋଦି କରିବେନି ରୋଡ୍ ଶୋ’, ରିପୋର୍ଟ କାର୍ଡ ଦେବେ ମୋହନ ସରକାର
ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ଆୟୋଜନ ହେଉଛି । ସମ୍ମିଳନୀର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୩୦ତାରିଖରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଇ ଡିସେମ୍ବର ୧ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।