ହୁତ୍‌ ହୁତ୍‌ ହୋଇ ଜଳିଗଲା ସପିଂ ମଲ୍

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଥିବା ଏକ  ସପିଂ ମଲ୍‌ରେ  ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,  ବିଳମ୍ବିତ ରାତି ପ୍ରାୟ ୩ଟାରେ କୌଣସି କାରଣରୁ ମଲ୍‌ରେ ନିଆଁ ଲାଗି ଯାଇଥିଲା। ଖବର ପାଇ  ୩ଟି ଅଗ୍ନିଶମ ବାହିନୀ କର୍ମଚାରୀ ପକ୍ଷରୁ  ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସକାଳ ୭ଟା ସୁଦ୍ଧା ନିଆଁ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ନ ଥିବା […]

mall

Niharika Rout
  • Published: Thursday, 15 October 2020
  • , Updated: 15 October 2020, 09:35 AM IST

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଥିବା ଏକ  ସପିଂ ମଲ୍‌ରେ  ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,  ବିଳମ୍ବିତ ରାତି ପ୍ରାୟ ୩ଟାରେ କୌଣସି କାରଣରୁ ମଲ୍‌ରେ ନିଆଁ ଲାଗି ଯାଇଥିଲା। ଖବର ପାଇ  ୩ଟି ଅଗ୍ନିଶମ ବାହିନୀ କର୍ମଚାରୀ ପକ୍ଷରୁ  ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସକାଳ ୭ଟା ସୁଦ୍ଧା ନିଆଁ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ନ ଥିବା ଜଣାଯାଇଛି। ମୟୂରଭଞ୍ଜ ଜିଲ୍ଲା ଏସ୍‌ପି ସକାଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି।

ଏହି ଅଗ୍ନିକାଣ୍ଡରେ ମଲରେ ଥିବା ବିଭିନ୍ନ ଦୋକାନ ପୋଡ଼ି ପ୍ରଭୂତ କ୍ଷୟକ୍ଷତି ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

Related story