ଜଙ୍ଗଲରେ ନିଆଁ ଲାଗି ୫ ଗୁରୁତର

କରଞ୍ଜିଆ (ଦୀପକ କୁମାର ମହନ୍ତ): ଘୂର୍ଣ୍ଣିଝଡ଼ ଯୋଗୁ ଜଙ୍ଗଲ ନିଆଁ ବ୍ୟାପି ୫ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଜୁଆଳିକଟା ଛକ ନିକଟରେ ଘଟିଛି। ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ନିଆଁ ବ୍ୟାପିବାରେ ଲାଗିଛି। ଠାକୁରମୁଣ୍ଡା ରିଜର୍ଭ ଭଙ୍ଗଲ ଜଳୁଛି। ପବନ ଦେଉଥିବାରୁ ଧୀରେ ଧୀରେ ନିଆଁର ପ୍ରକୋପ ବଢ଼ୁଛି। ତେବେ ଆଜି ମଧ୍ୟାହ୍ନରେ ହଠାତ ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିଲା। ଘୂର୍ଣ୍ଣିଝଡ ଯୋଗୁ ନିଆଁ ରାସ୍ତା […]

baripada-accident

baripada-accident

Manoranjan Sial
  • Published: Sunday, 28 February 2021
  • Updated: 28 February 2021, 04:21 PM IST

Sports

Latest News

କରଞ୍ଜିଆ (ଦୀପକ କୁମାର ମହନ୍ତ): ଘୂର୍ଣ୍ଣିଝଡ଼ ଯୋଗୁ ଜଙ୍ଗଲ ନିଆଁ ବ୍ୟାପି ୫ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଜୁଆଳିକଟା ଛକ ନିକଟରେ ଘଟିଛି। ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ନିଆଁ ବ୍ୟାପିବାରେ ଲାଗିଛି।

ଠାକୁରମୁଣ୍ଡା ରିଜର୍ଭ ଭଙ୍ଗଲ ଜଳୁଛି। ପବନ ଦେଉଥିବାରୁ ଧୀରେ ଧୀରେ ନିଆଁର ପ୍ରକୋପ ବଢ଼ୁଛି। ତେବେ ଆଜି ମଧ୍ୟାହ୍ନରେ ହଠାତ ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିଲା। ଘୂର୍ଣ୍ଣିଝଡ ଯୋଗୁ ନିଆଁ ରାସ୍ତା ଉପରକୁ ପଳାଇ ଆସିଥିଲା। ଯାହାଫଳରେ ସମ୍ପୂର୍ଣ୍ଣ ପରିବେଶ ଧୁଆଁଳିଆ ହୋଇଯାଇଥିଲା। ସେହି ସମୟରେ ଜୁଆଳିକଟା ଛକ ଦେଇ ଯାଉଥିବା ଅଟୋ ଓ କାର୍‌ ମଧ୍ୟରେ ଧକ୍କା ହୋଇଥିଲା। ଅଟୋରେ ବସିଥିବା ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏପରିକି ସେମାନଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରିଛନ୍ତି।

ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେଲା ଠାକୁରମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ବନ ବିଭାଗ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ କାବୁ ହେଉନି। ବରଂ ଦ୍ରୁତ ଗତିରେ ଶିମିଳିପାଳ ଅଭିମୁଖେ ଗତି କରୁଛି। ଏହି ନିଆଁକୁ ଯଦି ଆୟତ୍ତ କରାନଯାଏ, ଶିମିଳିପାଳ ଅଭୟାରଣ୍ୟ ଛାରଖାର ହୋଇଯିବ ବୋଲି ଆଲୋଚନା ହେଉଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ଠାକୁରମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଲା କେମିତି? ଏହାକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମହୁଲ ସଂଗ୍ରହ କରିବାକୁ ଯାଉଥିବା ଲୋକମାନେ ନିଆଁ ଲଗାଇ ଥାଇପାରନ୍ତି। ଆଉ କିଛି ଲୋକ କୁହନ୍ତି, କାଠ କୋଇଲା ପାଇଁ ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଇଛନ୍ତି। ତେବେ ସମୟ ପୂର୍ବରୁ ନିଆଁକୁ ଆୟତ୍ତ ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story