ଜଳିଗଲା ଫଳ ବଜାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳ୍ପନା ଛକ ଓଭରବ୍ରିଜ ନିକଟରେ ଥିବା ଫଳ ବଜାରରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ମା’ ତାରିଣୀ ଭେଣ୍ଡିଂ ଜୋନ୍‌ରେ ଥିବା ୨୫ଟି ଫଳ ଦୋକାନ ଜଳିଯାଇଛି ।

ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଫଳ ଓ ସାମଗ୍ରୀ ପୋଡ଼ିଯାଇଛି । ତେବେ ନିଆଁ କିପରି ଲାଗିଲା  ସେ ସମ୍ପର୍କରେ କିଛି ଜଣା ପଡ଼ି ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।