ଜିରୋ ନାଇଟ୍‌ରେ ଜଳିଗଲା କୋଟିଏ ଟଙ୍କାର ସମ୍ପତ୍ତି

ବାରିପଦା (ଓଡ଼ିଶା ରିପୋର୍ଟର): ସାରା ସହର ଯେତେବେଳେ ନୂଆ ବର୍ଷର ଧୁମ୍‌ରେ ମୋତିଥିଲା ସେତେବେଳେ ବାରିପଦାରେ ଘଟିଥିଲା ଏମିତି ଏକ ଅଘଟଣ ଯାହା ଆପଣଙ୍କୁ ସିହରାଇ ଦେବ। ସହରର ମଧୁବନ ଗ୍ୟାରେଜ୍‌ ସାହିର ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପାଖାପାଖି କୋଟିଏ ଟଙ୍କାର ସମ୍ପତ୍ତି ପୋଡ଼ି ଛାରଖାର ହୋଇଯାଇଛି। ସାରା ସହର ନୂଆ ବର୍ଷ ପାଇଁ ଉତ୍ସବ ମନାଉଥିବା ବେଳେ ନିଆଁରେ କୁହୁଳୁଥିଲା ମଧୁବନର ଗ୍ୟାରେଜ୍‌ ସାହି। ଏହି ଅଗ୍ନିକାଣ୍ଡରେ ୧୨ଟି ଗାଡ଼ି ପୋଡ଼ି ପାଉଁଶ […]

zero night (3)

Rakesh Mallick
  • Published: Monday, 01 January 2018
  • , Updated: 01 January 2018, 09:13 PM IST

ବାରିପଦା (ଓଡ଼ିଶା ରିପୋର୍ଟର): ସାରା ସହର ଯେତେବେଳେ ନୂଆ ବର୍ଷର ଧୁମ୍‌ରେ ମୋତିଥିଲା ସେତେବେଳେ ବାରିପଦାରେ ଘଟିଥିଲା ଏମିତି ଏକ ଅଘଟଣ ଯାହା ଆପଣଙ୍କୁ ସିହରାଇ ଦେବ। ସହରର ମଧୁବନ ଗ୍ୟାରେଜ୍‌ ସାହିର ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପାଖାପାଖି କୋଟିଏ ଟଙ୍କାର ସମ୍ପତ୍ତି ପୋଡ଼ି ଛାରଖାର ହୋଇଯାଇଛି। ସାରା ସହର ନୂଆ ବର୍ଷ ପାଇଁ ଉତ୍ସବ ମନାଉଥିବା ବେଳେ ନିଆଁରେ କୁହୁଳୁଥିଲା ମଧୁବନର ଗ୍ୟାରେଜ୍‌ ସାହି। ଏହି ଅଗ୍ନିକାଣ୍ଡରେ ୧୨ଟି ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି। ଗୋଟିଏ ନୂଆ ବୋଲେରୋ, ୨ଟି ନୂଆ ପିକ୍‌ଅପ୍‌ ଭ୍ୟାନ୍‌, ୪ଟି ଟ୍ରାକ୍ଟର, ଗୋଟିଏ ଇଣ୍ଡିକୋ, ୩ଟି ବାଇକ୍ ପୋଡି ଯାଇଛି। ୬ଟି ଗ୍ୟାରେଜ୍‌ ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନାଯୋଗ୍ୟ, ପୂର୍ବଦିନ ରାତିରେ ଗୋଟିଏ ଗ୍ୟାରେଜ୍‌ରୁ ଚୋରି ହୋଇଥିଲା। ଅନ୍ୟ ଗ୍ୟାରେଜ୍‌ରେ ଖରାପ ହୋଇଥିବା ଗାଡି ସଜ ହେବାକୁ ଆସି ରହିଥିଲା। ରାତିରେ ଗ୍ୟାରେଜ୍‌ରେ କର୍ମଚାରୀମାନେ ଶୋଇଥିଲା ବେଳେ ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ସୋଭାଗ୍ୟ ବଶତଃ ଗ୍ୟାରେଜ୍‌ରେ ଶୋଇଥିବା କର୍ମଚାରୀମାନେ ରକ୍ଷା ପାଇଯାଇଥିଲେ। ଖବର ପାଇ ଆଖପାଖରୁ ୫ଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ଗ୍ୟାରେଜ୍‌ଗୁଡ଼ିକର ଇନ୍‌ସୁରାନ୍‌ସ ନ ଥିବା ଯୋଗୁଁ ମାଲିକମାନେ ଏବେ ହତାଶ ହୋଇ ପଡ଼ିଛନ୍ତି। ଗ୍ୟାରେଜ୍‌ ନିଆଁ କିଭଳି ଲାଗିଲା ସେ ନେଇ ଜଣା ପଡ଼ିନାହିଁ।

Related story