ତାଳଚେର ବିଧାୟକଙ୍କ ଘରେ ଅଗ୍ନିକାଣ୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଗତକାଲି ବିଳମ୍ବିତ ନିଆଁ ଲାଗିଯାଇଛି। ଏଥିରେ ଦୁଇଟି ଦାମୀ କାର୍‌, ଦୁଇଟି ବାଇକ୍ ଓ ଗୋଟିଏ ସାଇକେଲ୍‌ ପୋଡ଼ି ଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ଗୋଟେ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳେ ବିଧାୟକ ଘରେ ନଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଆଜି ସକାଳେ […]

mla,,,

Tapaswini Nayak
  • Published: Monday, 19 August 2019
  • , Updated: 19 August 2019, 10:03 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଗତକାଲି ବିଳମ୍ବିତ ନିଆଁ ଲାଗିଯାଇଛି। ଏଥିରେ ଦୁଇଟି ଦାମୀ କାର୍‌, ଦୁଇଟି ବାଇକ୍ ଓ ଗୋଟିଏ ସାଇକେଲ୍‌ ପୋଡ଼ି ଯାଇଛି।

ଗତକାଲି ରାତି ପ୍ରାୟ ସାଢ଼େ ଗୋଟେ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ସେତେବେଳେ ବିଧାୟକ ଘରେ ନଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଆଜି ସକାଳେ ଭୁବନେଶ୍ୱର ଡିସିପି, ସ୍ପେଶାଲ ସ୍କ୍ୱାର୍ଡ, ସାଇଣ୍ଟିଫିକ୍ ଟିମ୍‌ ଏବଂ କ୍ୟାପିଟାଲ ଥାନାର ପୁଲିସ୍ ଟିମ୍ ବିଧାୟକଙ୍କ ଘରେ ପହଞ୍ଚି ତଦନ୍ତ କରିଛନ୍ତି।

କେହି ଦୁର୍ବୃତ୍ତ ବିଧାୟକଙ୍କ ଘରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା କହିଛନ୍ତି,“ଏହା ଦୁର୍ଭାଗ୍ୟଜନକ ଘଟଣା। ଏହି ଘଟଣାକୁ ମୁଁ ତୀବ୍ର ନିନ୍ଦା କରୁଛି। ଯେଉଁ ଦୁର୍ବୃତ୍ତମାନେ ଏହି ଘଟଣା ଘଟାଇଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ଓ ଘଟଣାର ତଦନ୍ତ କରାଯାଉ।”

ସୂଚନାଯୋଗ୍ୟ, କିଛି ଦିନ ତଳେ ଖଣ୍ଡଗିରି ଛକରେ ତାଳଚେର ବିଧାୟକଙ୍କ ମ୍ୟାନେଜରଙ୍କ ଗାଡ଼ିକୁ ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ଡ୍ରାଇଭରକୁ ହାଣି ତାଙ୍କ ନିକଟରୁ ଇନୋଭା ଗାଡ଼ି ନେଇ ଚମ୍ପଟ୍‌ ମାରିଥିଲେ।

 

 

 

Related story