ନିଆଁ ଲିଭାଉ ଲିଭାଉ ସରିଗଲା ପାଣି

ଭଦ୍ରକ (ପାର୍ଥ ସାରଥୀ ନାୟକ): ବିଳମ୍ବିତ ରାତିରେ ଘଟିଲା ଅଗ୍ନିକାଣ୍ଡ। ନିଆଁରେ ଜଳିଗଲା ପୂରା ଘର। ନିଆଁ ଲିଭାଇବା ବେଳେ ଅଗ୍ନିଶମ ବାହିନୀର ଟାଙ୍କିରୁ ସରିଗଲା ପାଣି। ତେବେ ସେମାନେ ନିଆଁକୁ ଅନ୍ୟ ଆଡ଼କୁ ବ୍ୟାପିବାକୁ ଦେଇ ନଥିଲେ। ଗତକାଲି ରାତିରେ ଏହି ଘଟଣା ଘଟିଥିଲା ଭଦ୍ରକ ସହରାଞ୍ଚଳର ୨୦ ନମ୍ବର ୱାର୍ଡର ବଡ଼ ଶଙ୍କରପୁରରେ। ଏହି ଅଗ୍ନିକାଣ୍ଡରେ ହାଜର ଵିଵିଙ୍କର ତିନି ବଖରା ବିଶିଷ୍ଟ ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ଘରର ସମସ୍ତ ଲୋକ ସୁରକ୍ଷିତ […]

fire

fire

Jitendra Garnayak
  • Published: Tuesday, 05 January 2021
  • Updated: 05 January 2021, 08:37 AM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ବିଳମ୍ବିତ ରାତିରେ ଘଟିଲା ଅଗ୍ନିକାଣ୍ଡ। ନିଆଁରେ ଜଳିଗଲା ପୂରା ଘର। ନିଆଁ ଲିଭାଇବା ବେଳେ ଅଗ୍ନିଶମ ବାହିନୀର ଟାଙ୍କିରୁ ସରିଗଲା ପାଣି। ତେବେ ସେମାନେ ନିଆଁକୁ ଅନ୍ୟ ଆଡ଼କୁ ବ୍ୟାପିବାକୁ ଦେଇ ନଥିଲେ। ଗତକାଲି ରାତିରେ ଏହି ଘଟଣା ଘଟିଥିଲା ଭଦ୍ରକ ସହରାଞ୍ଚଳର ୨୦ ନମ୍ବର ୱାର୍ଡର ବଡ଼ ଶଙ୍କରପୁରରେ।

ଏହି ଅଗ୍ନିକାଣ୍ଡରେ ହାଜର ଵିଵିଙ୍କର ତିନି ବଖରା ବିଶିଷ୍ଟ ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ଘରର ସମସ୍ତ ଲୋକ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ହେଲେ କିଛି ଜିନିଷ ବାହାର କରିବାକୁ ସମର୍ଥ ହୋଇ ନଥିଲେ। ଲୁଗାପଟା, ଧାନଚାଉଳ, ଵାସନ, ଆସବାବପତ୍ର ଓ ଟଙ୍କା ଆଦି ଜଳି ଯାଇଛି।

ଖବର ପାଇ ଭଦ୍ରକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁ ଅନ୍ୟ ଘରକୁ ବ୍ୟାପିବା ପୂର୍ବରୁ ସେମାନେ ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲିଭାଇବା ବେଳେ ଟାଙ୍କିରୁ ପାଣି ସରିଯାଇଥିଲା। ଏହାକୁ ନେଇ ଲୋକେ ହୋହଲ୍ଲା କରିଥିଲେ। କିନ୍ତୁ ଅଗ୍ନିଶମ ବାହିନୀ କର୍ମଚାରୀ ସଙ୍ଗେ ସଙ୍ଗେ ଗାଁ ବାହାରୁ ପୁଣି ଟାଙ୍କିରେ ପାଣି ଭର୍ତ୍ତି କରି ଆଣିଥିଲେ ଓ ନିଆଁକୁ ସଂପୂର୍ଣ୍ଣ ଭାବେ ଆୟତ୍ତକୁ ଆଣିଥିଲେ।

ଏହି ଅଗ୍ନିକାଣ୍ଡରେ ହାଜର ଵିଵିଙ୍କ ପରିବାର ସର୍ବସ୍ୱାନ୍ତ ହୋଇଯାଇଛି। ହେଲେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନି।
https://youtu.be/GoXIYwr8P3U

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos