ସପ୍ତାହକ ସୁଦ୍ଧା ସବୁ ସରକାରୀ କୋଠାର ହେବ ଅଗ୍ନି ନିରାପତ୍ତା ଯାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ପରେ ରାଜ୍ୟ ଅଗ୍ନିଶମ ବାହିନୀ ତତ୍ପରତା ଦେଖାଇଛି । ଓଡ଼ିଶା ଅଗ୍ନି ନିବାରଣ ଓ ଅଗ୍ନିଶମ ନିରାପତ୍ତା ନିୟମ-୨୦୧୭କୁ କଡ଼ାକଡ଼ି ଲାଗୁ ପାଇଁ ନିର୍ଦ୍ଦେଶ ଦେବା ସହ ଚଳିତମାସ ୨୧ତାରିଖ ସୁଦ୍ଧା ଅର୍ଥାତ ସପ୍ତହକ ସୁଦ୍ଧା ସବୁ ସରକାରୀ କୋଠା ଓ ପ୍ରତିଷ୍ଠାନର ଅଗ୍ନି ନିରାପତ୍ତା ଅଡିଟ୍ ଶେଷ କରି ରିପୋର୍ଟ ଦାଖଲ କରିବାକୁ ଅଗ୍ନିଶମ ବାହିନୀ ଡିଜି ସନ୍ତୋଷ ଉପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ନିଶମ ଡିଜି ଶ୍ରୀ […]

Fire

Fire

Ordigital Desk
  • Published: Saturday, 14 May 2022
  • Updated: 14 May 2022, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ପରେ ରାଜ୍ୟ ଅଗ୍ନିଶମ ବାହିନୀ ତତ୍ପରତା ଦେଖାଇଛି । ଓଡ଼ିଶା ଅଗ୍ନି ନିବାରଣ ଓ ଅଗ୍ନିଶମ ନିରାପତ୍ତା ନିୟମ-୨୦୧୭କୁ କଡ଼ାକଡ଼ି ଲାଗୁ ପାଇଁ ନିର୍ଦ୍ଦେଶ ଦେବା ସହ ଚଳିତମାସ ୨୧ତାରିଖ ସୁଦ୍ଧା ଅର୍ଥାତ ସପ୍ତହକ ସୁଦ୍ଧା ସବୁ ସରକାରୀ କୋଠା ଓ ପ୍ରତିଷ୍ଠାନର ଅଗ୍ନି ନିରାପତ୍ତା ଅଡିଟ୍ ଶେଷ କରି ରିପୋର୍ଟ ଦାଖଲ କରିବାକୁ ଅଗ୍ନିଶମ ବାହିନୀ ଡିଜି ସନ୍ତୋଷ ଉପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି ।

ଅଗ୍ନିଶମ ଡିଜି ଶ୍ରୀ ଉପାଧ୍ୟାୟ ଆଜି ସବୁ ଜିଲ୍ଲା ଅଗ୍ନିଶମ ଅଧିକାରୀ, ସର୍କଲ ଓ ରେଞ୍ଜ ଅଗ୍ନିଶମ ଅଧିକାରୀଙ୍କୁ ଚିଠି ଲେଖି ଓଡ଼ିଶା ଅଗ୍ନି ନିରାପତ୍ତା ନିୟମର ଗାଇଡଲାଇନ୍ କଡ଼ାକଡ଼ି ପାଳନ ସହ ବିଭିନ୍ନ କୋଠାରେ ଅଗ୍ନି ନିରାପତ୍ତା ଯାଂଚ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲାପାଳ କାର୍ଯ୍ୟାଳୟ, ଉଚ୍ଚ ସରକାରୀ ଅଫିସ୍ କୋଠାଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି କି ନାହିଁ ତା’ର ନିରୀକ୍ଷଣ କରି ଆସନ୍ତା ମେ’ ୨୧ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ସ୍ଥାନକୁ ସାଧାରଣ ଲୋକଙ୍କ ଯାତାୟତ ଥିବାରୁ ପ୍ରତ୍ୟେକ ଉଚ୍ଚ କୋଠା ଓ ସାର୍ବଜନୀନ କୋଠାରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ରକୁ ସର୍ବସାଧାରଣଙ୍କ ଦୃଶ୍ୟମାନ ହେବାଭଳି ଲଗାଇବାକୁ କୁହାଯାଇଛି ।

କେବଳ ସେତିକି ନୁହେଁ, ୧୨ମିଟରରୁ ଅଧିକ ଉଚ୍ଚ କୋଠା ଥିବା ବିଭିନ୍ନ ହୋଟେଲ, ଲଜ, ଗେଷ୍ଟହାଉସ୍‌, ଶିକ୍ଷାନୁଷ୍ଠାନ, ସିନେମା ହଲ, ମଲଟିପ୍ଲେକ୍ସ , କ୍ଲିନିକ୍ , ବ୍ୟବସାୟିକ ଅନୁଷ୍ଠାନ ଓ ଘରୋଇ ଅଫିସ କୋଠା ସମେତ ଅଡିଟୋରିୟମ, କନଭେନସନ ସେଂଟର, କୋଚିଂ ସେଂଟର, ହଷ୍ଟେଲ, ଫ୍ୟାକ୍ଟ୍ରି ଓ ଶିଳ୍ପାନୁଷ୍ଠାନ ଆଦିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବିଭିନ୍ନ ବଜାର କମିଟି ସହ ଯୋଗାଯୋଗ କରି ବ୍ୟସ୍ତବହୁଳ ମାର୍କେଟ ଓ ଡେଲି ମାର୍କେଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରାଇବାକୁ ଶ୍ରୀ ଉପାଧ୍ୟାୟ ସବୁ ଅଗ୍ନିଶମ କେନ୍ଦ୍ର ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଦୋକାନୀମାନଙ୍କୁ ଖୋଲାରେ ଇଲେକ୍ଟିକ ତାର ନେଇ ବିଦ୍ୟୁତ ଉପଯୋଗ ନକରିବାକୁ ପରାମର୍ଶ ଦେଇଛି । କାରଣ ଏହାଦ୍ୱାରା ସର୍ଟସର୍କିଟର ସମସ୍ୟା ଥିବା ଅଗ୍ନିଶମ ଡିଜି ଆଶଙ୍କା ବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ,ଓଡ଼ିଶା ଅଗ୍ନି ନିବାରଣ ଓ ଅଗ୍ନି ନିରାପତ୍ତା ଆଇନ-୨୦୧୭କୁ କାର୍ଯ୍ୟକାରୀ କରାଯିବା ପରେ ଏହି ଆଇନର ରୁଲସ-୯ ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷରେ ବିଭିନ୍ନ କୋଠାର ତଦାରଖ କରାଯାଇ ୯୦ଟି ଉଚ୍ଚକୋଠାକୁ ଅଗ୍ନିଶମ ନିରାପତ୍ତା ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲାବେଳେ ୧୩୨ଟି କୋଠା ତିଆରି ସମୟରେ ଅଗ୍ନିଶମ ସାର୍ଟିଫିକେଟ୍ ନିମନ୍ତେ ହାସଲ କରିଥିଲେ । ସେହିପରି ଅଗ୍ନିଶମ ବିଭାଗ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୮୮୫ଟି ଉଚ୍ଚକୋଠାର ତଦାରଖ କରି ୨୩୮ଟି କୋଠାକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଦେଇଥିଲା । ବାକି ୨୩୨ଟି କୋଠା ନିର୍ମାଣ ସମୟରେ ଏହି ସାର୍ଟିଫିକେଟ୍ ହାସଲ କରିଥିଲେ । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ୨୧୭୮ଟି ଉଚ୍ଚକୋଠାର ତଦାରଖ କରିବା ସହ ୧୨୪୩ଟି କୋଠାକୁ ଅଗ୍ନିନିରାପତ୍ତା ସାର୍ଟିଫିକେଟ୍ ଦିଆଯାଇଥିଲା । ବାକି ୫୩୫ଟି କୋଠା ନିର୍ମାଣ ସମୟରେ ଏହି ସାର୍ଟିଫିକେଟ୍ ହାସଲ ପାଇଁ ସୁପାରିଶ କରାଯାଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos