କରଞ୍ଜିଆ(ଦୀପକ ମହନ୍ତ) : ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ୪୯ନମ୍ବର ଜାତୀୟ ରାଜପଥ କାଠକରଞ୍ଜିଆ ନିକଟରେ ଏକ ଚଳନ୍ତା ୧୦ ଚକିଆ ଟ୍ରକରେ ନିଆଁ ଲାଗିଯାଇଥିଲା । ହେଲେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଏବଂ ହେଲପର।
ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ କେନ୍ଦୁଝର ଅଭିମୁଖେ ଟାୟାର ବୋଝେଇ ଏକ ୧୦ ଚକିଆ ଟ୍ରକ ଯାଉଥିଲା । ତେବେ ହଠାତ୍ ଗାଡ଼ିରୁ ଧୁଆଁ ଏବଂ ନିଆଁ ବାହାରୁଥିବା ଡ୍ରାଇଭର ଦେଖିବାକୁ ପାଇଲେ । ଏହାଦେଖି ଉଭୟ ଡ୍ରାଇଭର ଓ ହେଲପର୍ ତତ୍କ୍ଷଣାତ ଗାଡ଼ିରୁ ଡେଇଁ ନିଜ ଜୀବନ ବଞ୍ଚାଇ ଦେଇଥିଲେ। ଏହାପରେ ଗାଡ଼ିଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଛି।
ଟ୍ରକରେ ବୋଝେଇ ହୋଇଥିବା ଟାୟାରରେ ନିଆଁ ସଂଯୋଗ ହୋଇଯିବାରୁ ଖୁବ୍ କ୍ଷୀପ୍ର ବେଗରେ ନିଆଁ ଜଳିବାକୁ ଲାଗିଲା। ଏହା ଦେଖି ସ୍ଥାନୀୟ ଜନସାଧାରଣ କରଞ୍ଜିଆ ଅଗ୍ନିଶମ ବିଭାଗ କର୍ମଚାରୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିବା ସହିତ ନିଆଁକୁ ଆୟତ୍ତକୁ ଆଣିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।