କେନ୍ଦୁଝର ଯାଉଥିଲା ଟାୟାର ବୋଝେଇ ଟ୍ରକ୍‌, ରାତି ଅଧରେ ଲାଗିଲା ନିଆଁ

କରଞ୍ଜିଆ(ଦୀପକ ମହନ୍ତ) : ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା  ୪୯ନମ୍ବର ଜାତୀୟ ରାଜପଥ  କାଠକରଞ୍ଜିଆ ନିକଟରେ ଏକ ଚଳନ୍ତା ୧୦ ଚକିଆ ଟ୍ରକରେ ନିଆଁ ଲାଗିଯାଇଥିଲା । ହେଲେ  ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଏବଂ ହେଲପର। ଗତକାଲି  ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ  କେନ୍ଦୁଝର ଅଭିମୁଖେ ଟାୟାର ବୋଝେଇ ଏକ ୧୦ ଚକିଆ ଟ୍ରକ ଯାଉଥିଲା  । ତେବେ  ହଠାତ୍‌ ଗାଡ଼ିରୁ ଧୁଆଁ ଏବଂ ନିଆଁ ବାହାରୁଥିବା  ଡ୍ରାଇଭର ଦେଖିବାକୁ ପାଇଲେ । ଏହାଦେଖି […]

truck

  • Published: Thursday, 25 August 2022
  • , Updated: 25 August 2022, 08:40 AM IST

କରଞ୍ଜିଆ(ଦୀପକ ମହନ୍ତ) : ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା  ୪୯ନମ୍ବର ଜାତୀୟ ରାଜପଥ  କାଠକରଞ୍ଜିଆ ନିକଟରେ ଏକ ଚଳନ୍ତା ୧୦ ଚକିଆ ଟ୍ରକରେ ନିଆଁ ଲାଗିଯାଇଥିଲା । ହେଲେ  ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଏବଂ ହେଲପର।

ଗତକାଲି  ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ  କେନ୍ଦୁଝର ଅଭିମୁଖେ ଟାୟାର ବୋଝେଇ ଏକ ୧୦ ଚକିଆ ଟ୍ରକ ଯାଉଥିଲା  । ତେବେ  ହଠାତ୍‌ ଗାଡ଼ିରୁ ଧୁଆଁ ଏବଂ ନିଆଁ ବାହାରୁଥିବା  ଡ୍ରାଇଭର ଦେଖିବାକୁ ପାଇଲେ । ଏହାଦେଖି ଉଭୟ ଡ୍ରାଇଭର ଓ ହେଲପର୍‌ ତତ୍‌କ୍ଷଣାତ ଗାଡ଼ିରୁ ଡେଇଁ ନିଜ ଜୀବନ ବଞ୍ଚାଇ ଦେଇଥିଲେ। ଏହାପରେ ଗାଡ଼ିଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଛି।

ଟ୍ରକରେ ବୋଝେଇ ହୋଇଥିବା ଟାୟାରରେ ନିଆଁ ସଂଯୋଗ ହୋଇଯିବାରୁ ଖୁବ୍‌ କ୍ଷୀପ୍ର ବେଗରେ ନିଆଁ ଜଳିବାକୁ ଲାଗିଲା। ଏହା ଦେଖି ସ୍ଥାନୀୟ ଜନସାଧାରଣ କରଞ୍ଜିଆ ଅଗ୍ନିଶମ ବିଭାଗ କର୍ମଚାରୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିବା ସହିତ ନିଆଁକୁ ଆୟତ୍ତକୁ ଆଣିଥିଲେ।

Related story