ବାଣରେ କମ୍ପୁଥିଲା କଳିଙ୍ଗ ଷ୍ଟାଡିୟମ୍‌, କାନରେ ହାତ ଦେଇଥିଲା କମିଶନରେଟ୍‌ ପୁଲିସ୍‌!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ବାଣ ଫୁଟାଇବା ଉପରେ କଟକଣା ଲାଗିଛି। ହେଲେ ସେହି ନିୟମକୁ ଫୁ’ କରିଦିଆଯାଇଛି ରାଜଧାନୀରେ। ଆଜି କଳିଙ୍ଗ ଷ୍ଟାଡିୟମ୍‌ରେ ଫୁଟିଛି ରଙ୍ଗ ବେରଙ୍ଗର ବାଣ। ତାହା ପୁଣି ରାଇଜ ମୁଖିଆ, କମିଶନରେଟ୍‌ ପୁଲିସ ଓ ବଡ଼ ବଡ଼ ଅଧିକାରୀଙ୍କ ଆଗରେ। ବାଣ ଫୁଟି ପରିବେଶ କମ୍ପମାନ ହେଉଥିଲେ ସୁଦ୍ଧା କମିଶନରେଟ୍‌ ପୁଲିସ ନିରବ ରହିଥିଲା। ବାଣ ଉପରେ ଖୋଦ୍‌ କମିଶନରେଟ୍‌ ପୁଲିସ ବ୍ୟାନ୍‌ ଲଗାଇଥିବା ବେଳେ ଆଜି କେମିତି ଖୁଲମ୍‌ଖୁଲା ଫୁଟାଗଲା […]

Cracker

Manoranjan Sial
  • Published: Thursday, 16 December 2021
  • , Updated: 16 December 2021, 08:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ବାଣ ଫୁଟାଇବା ଉପରେ କଟକଣା ଲାଗିଛି। ହେଲେ ସେହି ନିୟମକୁ ଫୁ’ କରିଦିଆଯାଇଛି ରାଜଧାନୀରେ। ଆଜି କଳିଙ୍ଗ ଷ୍ଟାଡିୟମ୍‌ରେ ଫୁଟିଛି ରଙ୍ଗ ବେରଙ୍ଗର ବାଣ। ତାହା ପୁଣି ରାଇଜ ମୁଖିଆ, କମିଶନରେଟ୍‌ ପୁଲିସ ଓ ବଡ଼ ବଡ଼ ଅଧିକାରୀଙ୍କ ଆଗରେ। ବାଣ ଫୁଟି ପରିବେଶ କମ୍ପମାନ ହେଉଥିଲେ ସୁଦ୍ଧା କମିଶନରେଟ୍‌ ପୁଲିସ ନିରବ ରହିଥିଲା। ବାଣ ଉପରେ ଖୋଦ୍‌ କମିଶନରେଟ୍‌ ପୁଲିସ ବ୍ୟାନ୍‌ ଲଗାଇଥିବା ବେଳେ ଆଜି କେମିତି ଖୁଲମ୍‌ଖୁଲା ଫୁଟାଗଲା ବାଣ, ତାକୁ ନେଇ ଉଠିଛି ପ୍ରଶ୍ନ।

କଳିଙ୍ଗ ଷ୍ଟାଡିୟମ୍‌ରେ ଆଜି ଆୟୋଜିତ ହୋଇଥିଲା ନବ ନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଗୁରୁମନ୍ତ୍ରୀ ଦେଇଥିଲେ। ତେବେ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଷ୍ଟାଡିୟମ୍‌ରେ ଫୁଟିଥିଲା ରଙ୍ଗ ବେରଙ୍ଗର ବାଣ। ବାଣ ଫୁଟିବା ଯୋଗୁ ରାଜଧାନୀ ଆକାଶ ଏକ ପ୍ରକାର ଧୂଆଁମୟ ହୋଇଯାଇଥିଲା। ସେହି ସମୟରେ ଷ୍ଟାଡିୟମ୍‌ ବାହାରେ ଗୋରୁ ଗାଈମାନେ ଭୟଭୀତ ହୋଇ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବାଣ ଗୁଡ଼ିକ ଫୁଟୁଥିଲା।

ସୂଚନାରୁ ପ୍ରକାଶ, ମହାମାରୀ କୋଭିଡ୍‌ ପାଇଁ ରାଜଧାନୀରେ ବାଣକୁ ବ୍ୟାନ୍‌ କରାଯାଇଥିଲା। ତଥାପି କିଛି ଲୋକ ବାଣ ଫୁଟାଉଥିବା ଅଭିଯୋଗ ହୋଇଥିଲା। ଯାହାକୁ ଦେଖି କମିଶନରେଟ୍‌ ପୁଲିସ୍‌ କଡ଼ା ନିର୍ଦ୍ଦେଶନାମା ଜାରି କରିଥିଲା। ଏପରିକି ଏକ ଫୋନ୍‌ ନମ୍ୱର ମଧ୍ୟ ଜାରି କରାଯାଇଥିଲା ପୁଲିସ୍‌। ରାଜଧାନୀରେ କୌଣସି ସ୍ଥାନରେ ବାଣ ଫୁଟୁଥିଲେ ସେହି ଫୋନ୍‌ ନମ୍ୱରରେ ଜଣାଇବାକୁ ଅନୁରୋଧ କରିଥିଲା କମିଶନରେଟ୍‌ ପୁଲିସ୍‌। ତେବେ ଏଠି ପ୍ରଶ୍ନ ଉଠୁଛି, କମିଶନରେଟ୍‌ ପୁଲିସର ମୁଖ୍ୟ କାର୍ଯ୍ୟଳୟଠାରୁ କଳିଙ୍ଗ ଷ୍ଟାଡିୟମ୍‌କୁ ଦୂରତା ପ୍ରାୟ ଦୁଇ କିମି ହେବ। ପୁଲିସ୍‌ ଉପସ୍ଥିତିରେ ସେଠାରେ ଘନ ଘନ ବାଣ ଫୁଟିଛି। କିନ୍ତୁ ଏ ସମ୍ପର୍କରେ କମିଶନରେଟ୍‌ ପୁଲିସ୍‌ ଜାଣିପାରୁ ନାହିଁ। ବୋଧ ହୁଏ କମିଶନରେଟ୍‌ ପୁଲିସ୍‌ ସହରବାସୀଙ୍କ ଫୋନ୍‌ କଲ୍‌କୁ ଅପେକ୍ଷା କରିଛି!

Related story